Masthead

ପ୍ଲେ ଅଫ ଦୌଡରୁ ବାଦ ପଡିଲା ପଞ୍ଜାବ, ୪ ୱିକେଟରେ ଜିତିଲା ରାଜସ୍ଥାନ

ଧର୍ମଶାଳା(ବଡ଼ ଖବର ବ୍ୟୁରୋ):  ଆଇପିଏଲ ୬୬ତମ ମ୍ୟାଚରେ ପଞ୍ଜାବକୁ ୪ ୱିକେଟରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ । ପ୍ରଥମେ ବ୍ୟାଟିଂ କରି ୧୮୭ ରନ କରିଥିଲା ପଞ୍ଜାବ । ଏହି ବିଜୟଲକ୍ଷ୍ୟକୁ ୧୯.୪ ଓଭରରେ ହାସଲ କରି ପଞ୍ଜାବକୁ ଏଲିମିନେଟ କରିଛି ରାଜସ୍ଥାନ । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ଏହାପରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ପଞ୍ଜାବ । ପ୍ରଥମେ ବ୍ୟାଟିଂ କରି ୧୮୭ ରନ କରି ରାଜସ୍ଥାନକୁ ୧୮୮ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ବିଜୟ ଲକ୍ଷ୍ୟକୁ ପିଛା କରି ୧୯.୪ ଓଭରରେ ୧୮୯ ରନ କରି ପ୍ଲେ ଅଫରୁ ପଞ୍ଜାବକୁ ଏଲିମିନେଟ କରିଥିଲା ରାଜସ୍ଥାନ ।

ଦ୍ୱିତୀୟ ପାଳିରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଜସ ବଟଲର ଓ ୟାସଭି ଜୟସ୍ୱାଲ ଓପନିଂ କରିଥିଲେ। ହେଲେ ଦ୍ୱିତୀୟ ଓଭରରେ ବଟଲର କୌଣସି ରନ ନକରି ଆଉଟ ହୋଇଯାଇଥିଲେ। ତୃତୀୟ ୱିକେଟ ଭାବେ ଦେବଦତ୍ତ ପଡିକଲ ଆସିଥିଲେ। ଉଭୟ ଦେବଦତ୍ତ ଓ ଜୟସ୍ୱାଲ ଖେଳକୁ ଏକ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚାଇଥିଲେ। ଦେବଦତ୍ତ ୫୧ ରନ କରିଥିବାବେଳେ ଅର୍ସଦୀପଙ୍କ ବଲରେ ଆଉଟ ହୋଇଯାଇଥିଲେ। ସଂଜୁ ସାମସନ ଆସିଥିଲେ ବି ସେ ୨ ରନ କରି ଆଉଟ ହୋଇଯାଇଥିଲେ।

 ପରେ ଜୟସ୍ୱାଲ ୫୦ ରନ କରିଥିବାବେଳେ ନାଥାନ ଏଲିସଙ୍କ ବଲରେ ଆଉଟ ହୋଇଯାଇଥିଲେ। ଦଳ ଲଗାତର ୩ୱିକେଟ ହରାଇ ବିପର୍ଯ୍ୟୟ ଆଡକୁ ଗତି କରିଥିଲା। ପଞ୍ଚମ ୱିକେଟ ଭାବେ ସିମରନ ହ୍ୱାଟମେୟରଙ୍କ ୪୬ ରନ ଓ ରିୟାନ ପରାଗଙ୍କ ୨୦ ରନ ବଳରେ ଦଳର ଜିତିବା ଆଶା ଉଜ୍ଜ୍ୱଳ ହୋଇଥିଲା। ଉଭୟେ ଆଉଟ ହେବା ପରେ ଧ୍ରୁବ ଜୁରେଲ ଓ ଟ୍ରେଣ୍ଟବୋଲ୍ଡ ଅପରାଜିତ ରହି ମ୍ୟାଚକୁ ଜିତାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ