Masthead

ମମତାଙ୍କ ରାଜ୍ୟରେ ଆଫଗାନି ମୁଦ୍ରା

କୋଲକାତା(ବଡ଼ ଖବର ବ୍ୟୁରୋ):    ତାଲିବାନ୍ ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ଜବରଦଖଲ କରିବା ପରେ ଏବେ ଚାରିଆଡୁ  ଆତଙ୍କ ଖେଳି ଯାଇଛି । କୃରତାର ସୀମା ଡେଇଁ ମନମୁଖୀ ଶାସନ କରୁଛି । ଦିନକୁ ଦିନ ତାଲିବାନର ଆତଙ୍କକୁ ନେଇ ନୁଆ ନୁଆ ତଥ୍ୟ ସାମ୍ନାକୁ ଆସୁଛି । ଆଉ ଏହାରି ଭିତରେ ଟିଏମ୍ସି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଜ୍ୟ ପଶ୍ଚିମ ବଙ୍ଗରୁ ବିପୁଳ ପରିମାଣରେ ଆଫଗାନୀ ଟଙ୍କା ଜବତ ହୋଇଛି । ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରିଛି ପୋଲିସ । ମମତାଙ୍କ ରାଜ୍ୟରେ ଆଫଗାନୀ ମୁଦ୍ରା କେମିତି ଆସିଲା ତାକୁ ନେଇ ଏବେ ଖୋଳତାଡ ଚାଲିଛି । ମିଳିଥିବା ସୂଚନା ମୁତାବିକ, କୋଲକାତା ହେୟାର ଷ୍ଟ୍ରିଟ୍ ଥାନା ପୋଲିସ ଗୁପ୍ତ ସୂଚନା ପାଇ ବିବିଡି ବାଗ ଅଞ୍ଚଳରେ ଚଢାଉ କରିଥିଲା । ପରେ ସେଠାରେ ଦୁଇ ଜଣଙ୍କ ପାଖରେ ପାଖାପାଖି ୨ଲକ୍ଷ ୮ହଜାର ଟଙ୍କାର ଆଫଗାନି ମୁଦ୍ରା ଜବତ କରିଥିଲା ପୋଲିସ ।

ସାଧାରଣତଃ ଆଫଗାନି ବାସିନ୍ଦାମାନେ କେନ୍ଦ୍ରୀୟ ଏବଂ ଦକ୍ଷିଣ କୋଲକାତାର ବିଭିନ୍ନ ସ୍ଥାନରେ ‘କାବୁଲୱାଲା’ ଭାବରେ ଜଣାଶୁଣା । ସେମାନେ ସେଠାରେ ଋଣ କାରାବର କରନ୍ତି, ଆଉ ଏହି ବ୍ୟବସାୟ ଭାରତୀୟ ଟଙ୍କାରେ କରାଯାଇଥାଏ । ତେବେ ଏତେ ପରିମାଣର ଟଙ୍କା ଏଠାକୁ କେମିତି ଆସିଲା ଏବଂ ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ସେପଟେ ବିଜେପି ନେତା ଦିଲୀପ ଘୋଷ ଏହି ଘଟଣାକୁ ନେଇ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଯେ ପଶ୍ଚିମବଙ୍ଗ ସହ ତାଲିବାନର ଗୁପ୍ତ ସମ୍ପର୍କ ରହିଛି । ଏବେ ଏ ରାଜ୍ୟ ଆତଙ୍କବାତୀଙ୍କ ଆଡା ପାଲଟିଛି । ମଣିପୁର,ମିଜୋରାମ ଓ ଆସାମରୁ ଆତଙ୍କବାଦୀମାନେ ଆସି ଆଶ୍ରୟ ନେଉଥିବାବେଳେ ଅନେକ ବାର ଧରା ପଡିଛନ୍ତି । ଅନେକ ସମୟରେ ସେଠାରେ ବିସ୍ଫୋରଣ ଘଟେ । ତେବେ ଏଥିପାଇଁ ଦାୟୀ କିଏ । ପଶ୍ଟିମବଙ୍ଗ ସରକାର ଏ ନେଇ ସତର୍କ ରହିବା ଦରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା