ଗୁଳି ମାଡରେ ଶଳା ଭିଣେଇ ଗୁରୁତର

ଅନୁଗୋଳ (ବଡ଼ ଖବର ବ୍ୟୁରୋ): ଅନୁଗୋଳ ଜିଲ୍ଲା ବନ୍ତଳା ଥାନା କହ୍ନେଇ ନଗର ଠାରେ ଗୁଳି ମାଡରେ ଶଳା ଭିଣେଇ ଗୁରୁତର । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଦୁଇ ଗୁରୁତର ହେଲେ ବନ୍ତଳା ଥାନା ଅନ୍ତର୍ଗତ କହ୍ନେଇ ନଗର ଅଞ୍ଚଳର ଶିବରାମ ନାଏକ ଏବଂ ବିଷ୍ଣୁ ଚରଣ ନାଏକ । ଅନୁଗୋଳ ସହରରୁ ଏକ ଅଟୋ ଯୋଗେ ବିଷ୍ଣୁ ଚରଣ ନାଏକ ଏବଂ ଶିବରାମ ନାଏକ ଘରକୁ ଫେରୁଥିବା ବେଳେ କହ୍ନେଇ ନଗର ବନଦୂର୍ଗା ନିକଟରେ ଦୁଇ ବାଇକରେ ପାଞ୍ଚ ଜଣ ଆସି ଅଟୋକୁ ଅଟକାଇ ଏକ ବନ୍ଧୁକ ବାହାର କରି ଗୁଳି ମାଡ କରି ଚାଲିଥିଲେ।

ଯାହା ଫଳରେ ଶିବରାମ ନାଏକ ଏବଂ ବିଷ୍ଣୁ ଚରଣ ନାଏକ ଗୁରୁତର ହୋଇ ଯାଇଥିଲେ। ବିଷ୍ଣୁଙ୍କର ଦୁଇ ଜଙ୍ଗରେ ତିନୋଟି ଏବଂ ପେଟରେ ଗୋଟେ ଗୁଳି ମାଡ ହୋଇଥିବା ବେଳେ ଶିବରାମ ପେଟରେ ଗୋଟେ ଗୁଳି ବାଜିଛି। ବିଷ୍ଣୁଙ୍କର କହିବା କଥା ଯେ ପୂର୍ବ ଶତ୍ରୁତାରୁ ଆମକୁ ଗୁଳି ମାରିଛନ୍ତି। ଦୁହିଁଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଦୁହିଁଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏ ପଟେ ଖବର ପାଇ ବନ୍ତଳା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ