ଦେଶ ବାହାରୁ ଟିକା ଆଣିବ ଓଡ଼ିଶା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦେଶ ବାହାରୁ ଟିକା ଆଣିବ ଓଡିଶା । ଗ୍ଲୋବାଲ ଟେଣ୍ଡର ନିଷ୍ପତିକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି । ଓଡ଼ିଶାରେ ଟିକାକରଣକୁ ଜୋରଦାର କରିବାକୁ ରାଜ୍ୟ ସରକାର ଆପଣାଇଛନ୍ତି ଆଉ ଏକ ପଦକ୍ଷେପ । ଏହି ଉଦ୍ଦେଶ୍ୟରେ ଓଡ଼ିଶା ବାସୀ ଯେପରି ସୁବିଧାରେ ଟିକା ପାଇ ପାରିବେ ସେଥିପାଇଁ ବିଶ୍ବର ବିଭିନ୍ନ ପ୍ରମୁଖ ଟାକା କମ୍ପାନୀରୁ ଟିକା ସଂଗ୍ରହ ନିମନ୍ତେ ପଦକ୍ଷେପ ନିଆଯିବ । ଟିକାର ଗ୍ଲୋବାଲ ଟେଣ୍ଡର ପାଇଁ ଗଠନ ହୋଇଛି ୨ଟି କମିଟି । ଟେକ୍ନିକାଲ କମିଟି ଓ ମ୍ୟାନେଜରିଆଲ କମିଟି ଗଠିତ ହୋଇଛି । ଗ୍ଲୋବାଲ ପରିଚାଳନା ଦାୟିତ୍ତ୍ୱରେ ରହିବେ ଏହି କମିଟି । ଟେକ୍ନିକାଲ କମିଟିରେ ଡିଏମଇଟି, ଆରଏମଆରସି ନିର୍ଦ୍ଦେଶିକାଙ୍କ ସହ କମିଟିରେ ଅଛନ୍ତି ୧୦ ସଦସ୍ୟ । ମ୍ୟାନେଜରିଆଲ କମିଟିରେ ଅଛନ୍ତି ୯ ଜଣ ସଦସ୍ୟ । ଟିକା ସଂଗ୍ରହ ପାଇଁ ଗ୍ଲୋବାଲ ଟେଣ୍ଡର ଡାକିବେ ରାଜ୍ୟ ସରକାର ।


ସେହିପରି ଟିକା ଉପରୁ ସମସ୍ତ ପ୍ରକାର ଟିକସ ଉଠାଇ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି । ଏହା ଫଳରେ ରାଜ୍ୟ ଅର୍ଥନୀତି ଉପରେ କମ୍ ଚାପ ପଡ଼ିବ ଏବଂ ସାର୍ବଜନୀନ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହା ବିଶେଷ ସହାୟକ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!