Masthead

ଶେଷ ଓଭରରେ ପଞ୍ଜାବ କିଙ୍ଗସକୁ ହରାଇଲା ସନ୍ ରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୪ ମ୍ୟାଚରେ ଶେଷ ଓଭରରେ ହାଇଦ୍ରାବାଦର ରୋମାଞ୍ଚ ବିଜୟ । ପଞ୍ଜାବ କିଙ୍ଗସକୁ ଶେଷ ଓଭରରେ ହରାଇଲା ସନ୍ ରାଇଜର୍ସ ହାଇଦ୍ରାବାଦ । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୧୮୨ ରନ୍ କରିଥିଲା । ୧୮୩ ରନ୍ ଟାର୍ଗେଟର ପିଛା କରି ଶେଷ ଓଭରରେ ଦୁଇ ଦଳ ଭିତରେ ଘମାଘୋଟ ଲଢ଼େଇ ହୋଇଥିଲା । ପଞ୍ଜାବର ଦୁଇ ତାରକା ଶଶାଙ୍କ ସିଂ ଓ ଆଶୁତୋଷ ଶର୍ମା ଦମଦାର ବ୍ୟାଟିଂ କରି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ । କିନ୍ତୁ ଶେଷ ବଲ୍ ଯାଏ ଲଢି ମ୍ୟାଚକୁ ନିଜ ହାତ ମୁଠାକୁ ଆଣିଥିଲା ହାଇଦ୍ରାବାଦ ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ହାଇଦ୍ରାବାଦ ପାଇଁ ହେଡ କିଛି ବଡ଼ ଶଟ ଖେଳିଥିଲେ ମଧ୍ୟ କେବଳ ୨୧ ରନ କରିବାକୁ ସକ୍ଷମ ହୋଇଥିଲେ। ସେହିପରି ଅଭିଷେକ ଶର୍ମା ୧୬ ରନ କରି ପ୍ୟାଭିଲିୟନ ଫେରିଥିଲେ। ଏଡେନ ମାର୍କରମ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ହେଡ ଓ ମାର୍କରମଙ୍କୁ ଅର୍ଶଦୀପ ଓ ଅଭିଷେକ ଶର୍ମା ଇଂଲିଶ ଖେଳାଳି ସାମ କୁରାନଙ୍କ ଶିକାର ବନିଥିଲେ। ୩୯ ରନରେ ୩ ୱିକେଟ ହରାଇଥିବା ହାଇଦ୍ରାବାଦକୁ ନୀତୀଶ କୁମାର ଓ ହେଡ୍‌ଙ୍କ ବଦଳରେ ଇମ୍ପାକ୍ଟ ଖେଳାଳି ଭାବେ ଆସିଥିବା ରାହୁଲ ତ୍ରିପାଠୀ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ରାହୁଲ କେବଳ ୧୧ ରନ କରି ପାରି ଥିଲେ।

ବିସ୍ଫୋରକ ହେନରିଚ କ୍ଲାସେନ ଆଜି ୯ ରନ କରିଛନ୍ତି। ଉଭୟଙ୍କୁ ହର୍ଷଲ ପଟେଲ ଆଉଟ କରି ହାଇଦ୍ରାବାଦର ରନ ସଂଗ୍ରହୟହାରରେ ବ୍ରେକ ଲଗାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ନୀତୀଶ କୁମାର ଓ ସାମଦ ନିଜର ଜଲୱା ଦେଖାଇଥିଲେ। ଉଭୟ ବଡ଼ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ନୀତୀଶ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଦଳୀୟ ସ୍କୋର ୧୫୦ ଥିବା ବେଳେ ପ୍ରଥମେ ସାମଦ(୨୫) ଅର୍ଶଦୀପଙ୍କ ବଲରେ ଆଉ ହୋଇଥିଲେ। ଆଉ ୧ ରନ ପରେ ନୀତୀଶ (୬୪)ଙ୍କୁ ଆଉଟ କରି ସେହି ଅର୍ଶଦୀପ ହାଇଦ୍ରାବାଦକୁ ସବୁଠାରୁ ବଡ଼ ଝଟକା ଦେଇଥିଲେ। ତେବେ ଆଉଟ ହେବା ପୂର୍ବ ସେ ୩୭ ବଲରେ ୫ ଛକା ଓ ୪ଟି ଚୌକା ବଳରେ ୬୪ ରନ କରିଥିଲେ। ଅଧିନାୟକ ପ୍ୟାଟ କମିନ୍ସ କେବଳ ୩ ରନ କରିଛନ୍ତି। ଭୁବନେଶ୍ୱର କୁମାର ୬ ରନ କରିବାକୁ ସକ୍ଷମ ହୋଇଛନ୍ତି। ଶେହବାଜ ଅହମଦ ୭ ବଲରେ ଅପରାଜିତ ୧୪ ଓ ଶେଷ ବଲରେ ଜୟଦେବ ଉନାଦକତ ୬ ମାରିବାରୁ ହାଇଦ୍ରାବାଦ ୯ ୱିକେଟ ହରାଇ ୧୮୨ ରନ କରିବାକୁ ସକ୍ଷମ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ