Masthead

ଡିଫେଣ୍ଡିଂ ଚମ୍ପିଆନ ଗୁଜୁରାଟକୁ ୫ ୱିକେଟରେ ହରାଇ ଆଇପିଏଲ ଟ୍ରଫି ହାତେଇଛି ଚେନ୍ନାଇ

ଅହମ୍ମଦାବାଦ (ବଡ଼ ଖବର ବ୍ୟୁରୋ): ଆଇପିଏଲର ୧୬ତମ ସଂସ୍କରଣରେ ଚାମ୍ପିୟନ ହୋଇଛି ଚେନ୍ନାଇ ସୁପର କିଙ୍ଗସ । ଡିଫେଣ୍ଡିଂ ଚମ୍ପିଆନ ଗୁଜୁରାଟ ଟାଇଟନ୍ସକୁ ୫ ୱିକେଟ୍‌ ହରାଇ ପଞ୍ଚମ ଥର ପାଇଁ ଆଇପିଏଲ ଟ୍ରଫି ହାତେଇଛି ଚେନ୍ନାଇ ସୁପର କିଙ୍ଗସ । ସୋମବାର ଖେଳାଯାଇଥିବା ଆଇପିଏଲର ରୋମାଞ୍ଚକ ମେଗା ଫାଇନାଲରେ ଗୁଜରାଟ ୨୦ ଓଭରରେ ୪ ଉଇକେଟ ହରାଇ ୨୧୪ ରନ ସଂଗ୍ରହ କରିଥିଲା। ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ ହେବାରୁ ଚେନ୍ନାଇ ସମ୍ମୁଖରେ ୧୫ ଓଭରରେ ୧୭୧ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।

ପଞ୍ଚମ ଥର ପାଇଁ ଆଇପିଏଲ ଟ୍ରଫି ଜିତି ଇତିହାସ ରଚିଛି ଚେନ୍ନାଇ ସୁପର କିଙ୍ଗ୍‌ସ୍‌ । ୨୫ ବଲ୍‌ରେ ୪୭ ରନ୍‌ କରିଥିଲା ଡେଭନ କନ୍‌ୱେ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଟସ୍‌ ଜିତି ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆରମ୍ଭ ହୋଇଥିଲା ମହାମୁକାବିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଗୁଜୁରାଟ ୪ ୱିକେଟ ହରାଇ ୨୧୪ରନ କରିଥିଲା । ଦୁଇ ଓପନର ଶୁଭମନ ଗିଲ୍‌ ଓ ରିଦ୍ଧିମାନ ଶାହ ଦମଦାର ଆରମ୍ଭ କରିଥିଲେ । ଶୁଭମନ ଗିଲ ୩୯ ରନ କରି ଷ୍ଟମ୍ପିଂ ହୋଇଥିଲେ । ପରେ ପରେ ରିଦ୍ଧିମାନ ଶାହା ୩୯ ବଲରେ ୫୪ ରନ କରି ଆଉଟ ହୋଇଥିଲେ ।

ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ସାଇ ସୁଦର୍ଶନ ଦଳୀୟ ସ୍କୋର୍‌କୁ ଆଗକୁ ନେଇଥିଲେ । ଦଳ ପାଇଁ ସାଇ ସୁଦର୍ଶନ ଦମଦାର ବ୍ୟାଟିଂ କରିଥିଲେ । ପଡ଼ିଆରେ ଚୌକା ଛକା ବର୍ଷା କରିଥିଲେ । ୪୭ ବଲ୍‌ରୁ ୮ ଚୌକା ଓ ୬ ଛକା ସହ ୯୬ ରନ୍‌ କରିଥିଲେ । ୯୬ ରନ୍‌ କରି ଆଉଟ୍‌ ହୋଇଥିଲେ ସୁଦର୍ଶନ । ଶତକରୁ ବଞ୍ଚିତ ଥିଲେ ମାତ୍ର ଦଳ ପାଇଁ ବିଶାଳ ରନ୍‌ ସ୍କୋର କରିଥିଲେ । ପରେ ପିଚ୍‌କୁ ଆସିଥିଲେ ରାସିଦ ଖାନ । ସେ ଖାତା ଖୋଲି ନପାରି ଆଉଟ ହୋଇଥିଲେ । ଚେନ୍ନାଇକୁ ୨୧୫ ରନ ଟାର୍ଗେଟ ମିଳିଥିଲା । ଚେନ୍ନାଇ ପକ୍ଷରୁ ଦୀପକ ଚହର, ଜାଡେଜା ଓ ପଥିରଣା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି 🔴 ଡୋଡାରେ ବାଦଲ ଫଟା ବର୍ଷା 🔴 ଆପ୍‌ ନେତାଙ୍କ ଘରେ ଇଡି ରେଡ୍‌ 🔴 ରାଜ୍ୟରେ ଆରମ୍ଭ ହେଲା ‘ଆମ ଶାସନ’ ବ୍ୟବସ୍ଥା 🔴 ଯାଜପୁର ବୁଲିବେ ସୁରେଶ ପୂଜାରୀ 🔴 ମେଡିକାଲ କଲେଜ ଛାତରୁ ଡେଇଁ ପଡିଲେ ରୋଗୀ 🔴 ରୋଷେଇ ଘରେ ନିଆଁ ଲାଗି ଜଳିଗଲେ ସ୍ବାମୀ-ସ୍ତ୍ରୀ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରାଜ୍ୟପାଳ 🔴 ପାଣ୍ଡିଆନଙ୍କୁ ରଣେନ୍ଦ୍ରଙ୍କ ତାଚ୍ଛଲ୍ୟ! 🔴 ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି 🔴 ଡୋଡାରେ ବାଦଲ ଫଟା ବର୍ଷା 🔴 ଆପ୍‌ ନେତାଙ୍କ ଘରେ ଇଡି ରେଡ୍‌ 🔴 ରାଜ୍ୟରେ ଆରମ୍ଭ ହେଲା ‘ଆମ ଶାସନ’ ବ୍ୟବସ୍ଥା 🔴 ଯାଜପୁର ବୁଲିବେ ସୁରେଶ ପୂଜାରୀ 🔴 ମେଡିକାଲ କଲେଜ ଛାତରୁ ଡେଇଁ ପଡିଲେ ରୋଗୀ 🔴 ରୋଷେଇ ଘରେ ନିଆଁ ଲାଗି ଜଳିଗଲେ ସ୍ବାମୀ-ସ୍ତ୍ରୀ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରାଜ୍ୟପାଳ 🔴 ପାଣ୍ଡିଆନଙ୍କୁ ରଣେନ୍ଦ୍ରଙ୍କ ତାଚ୍ଛଲ୍ୟ!