‘ଆତ୍ମରକ୍ଷା ପାଇଁ ଇରାନ ଏଭଳି ନିଷ୍ପତ୍ତି ନେଇଛି’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନର ଆତଙ୍କୀ ସଙ୍ଗଠନ ଉପରେ ଇରାନ୍ ଆକ୍ରମଣ ଘଟଣା । ଭାରତ ରଖିଛି ପ୍ରତିକ୍ରିୟା । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ଏଥିରେ କୁହାଯାଇଛି, ଆତ୍ମରକ୍ଷା ପାଇଁ ଇରାନ୍ ଏଭଳି ନିଷ୍ପତି ନେବାକୁ ବାଧ୍ୟ ହୋଇଛି । ବିଦେଶ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ବୟାନରେ କୁହାଯାଇଛି – ଏହି ମାମଲା ଇରାନ୍ ଓ ପାକିସ୍ତାନ ମଧ୍ୟରେ ରହିଛି । ହେଲେ, ଭାରତ କଥା ଯଦି କହିବା- ଆତଙ୍କବାଦ ବିରୋଧରେ ଭାରତ ସବୁବେଳେ ଜିରୋ ଟଲରାନ୍ସ ନୀତି ଆପଣାଇ ଆସିଛି ।

ଇରାନ୍ ଯେଉଁ ପଦକ୍ଷେପ ନେଇଛି, ତାହାକୁ ଭାରତ ଭଲ ଭାବେ ବୁଝି ପାରୁଛି । ଆତ୍ମରକ୍ଷା ପାଇଁ ଇରାନ୍ ଏଭଳି ପଦକ୍ଷେପ ନେବାକୁ ଏକ ପ୍ରକାର ବାଧ୍ୟ ହୋଇଛି । ମଙ୍ଗବାର ପାକିସ୍ତାନ ସୀମାରେ ପଶି ଇରାନର ଏୟାର ଷ୍ଟ୍ରାଇକ୍ । କ୍ଷେପଣାସ୍ତ୍ର ମାଡ଼ରେ ଆତଙ୍କୀ ସଂଗଠନ ଜୈଶ ଅଲ ଅଦଲର ତିନି ଠିକଣା ଧ୍ୱସ୍ତ । ଏହି ଏୟାର ଷ୍ଟ୍ରାଇକରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ତୁର୍ବତ ଏବଂ ପଞ୍ଚକୁରରେ ଅବସ୍ଥିତ ଆତଙ୍କବାଦୀ ଶିବିରରେ ଏହି ଆକ୍ରମଣ କରାଯାଇଥିଲା। ଏହି ଆତଙ୍କବାଦୀ ଶିବିର ବାଲୁଚିସ୍ତାନର ପାକିସ୍ତାନ ସୀମାଠାରୁ ୧୨୨ କିଲୋମିଟର ଦୂରରେ ଅବସ୍ଥିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’