Masthead

ଇସ୍ରାଏଲ-ଇରାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ

ଅସ୍ତ୍ରବିରତିର କିଛି ଘଣ୍ଟା ପରେ ପୁଣି ଆକ୍ରମଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୧୨ ଦିନ ଧରି ଇସ୍ରାଏଲ-ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷରେ ହେବାକୁ ଯାଉଛି ସମାପ୍ତ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ୧୨ଦିନିଆ ଯୁଦ୍ଧକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ଘୋଷଣା କରିଛନ୍ତି ।

ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ଇରାନ-ଇସ୍ରାଏଲ ମଧ୍ୟରେ ୬ଘଣ୍ଟା ଭିତରେ ସିଜ୍ ଫାୟାର କଥା ଘୋଷଣା କରିଛନ୍ତି । ପ୍ରଥମେ ଇରାନ ସିଜ୍ ଫାୟାର କରିବ ବୋଲି ସେ କହିଛନ୍ତି । ଇରାନର ସିଜ୍ ଫାୟାରର ୧୨ଘଣ୍ଟା ପରେ ଇସ୍ରାଏଲ ମଧ୍ୟ ଏଥିରେ ସାମିଲ ହେବ । ଏବଂ ଏହାର ୨୪ ଘଣ୍ଟା ପରେ ଯୁଦ୍ଧ ସମାପ୍ତ ବୋଲି ମାନି ନିଆଯିବ ।

ଟ୍ରମ୍ପଙ୍କ କହିବା ଅନୁସାରେ ଇରାନ ଓ ଇସ୍ରାଏଲ ଦୁଇଜଣ ଏକାସହ ତାଙ୍କ ପାଖକୁ ଯାଇ ‘ଶାନ୍ତି’ ପାଇଁ ଆବେଦନ କରିଥିଲେ । ସିଜ୍ ଫାୟାର ସମୟ ମୁତାବିକ ତେହେରାନ ଇସ୍ରାଏଲ ସହ ଯୁଦ୍ଧବିରତି ପ୍ରସ୍ତାବରେ ସହମତ ହୋଇଥିଲା । ଯାହାଫଳରେ ୧୨ଦିନର ଯୁଦ୍ଧ ପରେ ଦୁଇ ଦେଶ ମଧ୍ୟରେ ପୁଣିଥରେ ଶାନ୍ତିର ଆଶା ଶୃଷ୍ଟି ହୋଇଥିଲା ।

କିନ୍ତୁ ବେଶି ସମୟ ରହିଲାନି ଶାନ୍ତି । ଟ୍ରମ୍ପଙ୍କ ସିଜ୍ ଫାୟାର ଘୋଷଣା ପରେ ମଧ୍ୟ ଇରାନ ପୁଣିଥରେ ଇସ୍ରାଏଲ ଉପରେ ମିଶାଇଲ ହମଲା କରିଥିଲା । ଏହାର ପ୍ରତିଜବାବରେ ଇରାନକୁ ହାମଲା ପାଇଁ ସେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଇସ୍ରାଏଲ ପ୍ରତିରକ୍ଷାମନ୍ତ୍ରୀ । ଦେଶର ନାଗରିକଙ୍କୁ ବୋମା ଆଶ୍ରୟ ସ୍ଥଳୀରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛି ଇସ୍ରାଏଲ । ସେପଟେ ଇରାନ ରାଜଧାନୀ ତେହେରାନରେ ବିଶ୍ପରଣ ଘଟିଥିବାର ସୂଚନା ମିଳିଛି । ଇରାନ ଉପରେ ବୋମା ନପକାଇବା ପାଇଁ ଚେତାବନି ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି