Masthead

ଇସ୍ରାଏଲ-ଇରାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ

ଅସ୍ତ୍ରବିରତିର କିଛି ଘଣ୍ଟା ପରେ ପୁଣି ଆକ୍ରମଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୧୨ ଦିନ ଧରି ଇସ୍ରାଏଲ-ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷରେ ହେବାକୁ ଯାଉଛି ସମାପ୍ତ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ୧୨ଦିନିଆ ଯୁଦ୍ଧକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ଘୋଷଣା କରିଛନ୍ତି ।

ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ଇରାନ-ଇସ୍ରାଏଲ ମଧ୍ୟରେ ୬ଘଣ୍ଟା ଭିତରେ ସିଜ୍ ଫାୟାର କଥା ଘୋଷଣା କରିଛନ୍ତି । ପ୍ରଥମେ ଇରାନ ସିଜ୍ ଫାୟାର କରିବ ବୋଲି ସେ କହିଛନ୍ତି । ଇରାନର ସିଜ୍ ଫାୟାରର ୧୨ଘଣ୍ଟା ପରେ ଇସ୍ରାଏଲ ମଧ୍ୟ ଏଥିରେ ସାମିଲ ହେବ । ଏବଂ ଏହାର ୨୪ ଘଣ୍ଟା ପରେ ଯୁଦ୍ଧ ସମାପ୍ତ ବୋଲି ମାନି ନିଆଯିବ ।

ଟ୍ରମ୍ପଙ୍କ କହିବା ଅନୁସାରେ ଇରାନ ଓ ଇସ୍ରାଏଲ ଦୁଇଜଣ ଏକାସହ ତାଙ୍କ ପାଖକୁ ଯାଇ ‘ଶାନ୍ତି’ ପାଇଁ ଆବେଦନ କରିଥିଲେ । ସିଜ୍ ଫାୟାର ସମୟ ମୁତାବିକ ତେହେରାନ ଇସ୍ରାଏଲ ସହ ଯୁଦ୍ଧବିରତି ପ୍ରସ୍ତାବରେ ସହମତ ହୋଇଥିଲା । ଯାହାଫଳରେ ୧୨ଦିନର ଯୁଦ୍ଧ ପରେ ଦୁଇ ଦେଶ ମଧ୍ୟରେ ପୁଣିଥରେ ଶାନ୍ତିର ଆଶା ଶୃଷ୍ଟି ହୋଇଥିଲା ।

କିନ୍ତୁ ବେଶି ସମୟ ରହିଲାନି ଶାନ୍ତି । ଟ୍ରମ୍ପଙ୍କ ସିଜ୍ ଫାୟାର ଘୋଷଣା ପରେ ମଧ୍ୟ ଇରାନ ପୁଣିଥରେ ଇସ୍ରାଏଲ ଉପରେ ମିଶାଇଲ ହମଲା କରିଥିଲା । ଏହାର ପ୍ରତିଜବାବରେ ଇରାନକୁ ହାମଲା ପାଇଁ ସେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଇସ୍ରାଏଲ ପ୍ରତିରକ୍ଷାମନ୍ତ୍ରୀ । ଦେଶର ନାଗରିକଙ୍କୁ ବୋମା ଆଶ୍ରୟ ସ୍ଥଳୀରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛି ଇସ୍ରାଏଲ । ସେପଟେ ଇରାନ ରାଜଧାନୀ ତେହେରାନରେ ବିଶ୍ପରଣ ଘଟିଥିବାର ସୂଚନା ମିଳିଛି । ଇରାନ ଉପରେ ବୋମା ନପକାଇବା ପାଇଁ ଚେତାବନି ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ