Masthead

ରାସ୍ତା କାମରେ ଅନିୟମିତତା, ଅଭିଯୋଗ କଲେ ମିଳୁଛି ଗାଳି

ବେତନଟୀ (ବଡ଼ ଖବର ବ୍ୟୁରୋ): ରାସ୍ତା କାମରେ ଅନିୟମିତତା । ମାଲାମାଲ୍ ହେଉଛନ୍ତି ଠିକାଦାର । ଅଭିଯୋଗ କଲେ ମିଳୁଛି ଗାଳି ଏବଂ ଲାଞ୍ଚ ନେବାର ଧମକ । ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ସନ୍ତରା ପଞ୍ଚାୟତ ଅଧୀନ ୧୦ ୱର୍ଡ ଯୁଗପୁରା ବଜାରରେ ଡିଆଡିଏ ରାସ୍ତା କାମକୁ ନେଇ ଗ୍ରାମବାସୀ କଲେ ଅଭିଯୋଗ । ଏବାବଦରେ ଜଣେ ଦାୟିତ୍ୱସମ୍ପନ୍ନ ସାମ୍ବାଦିକ ସମ୍ପୃକ୍ତ ଡିପାର୍ଟମେଣ୍ଟ ଜେଇଙ୍କୁ ପଚାରିବାରୁ ଜେଇଙ୍କର ଭଡାଟିଆ ଗୁଣ୍ଡା ବା ଠିକାଦାର ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ସହିତ ମାଡ ମାରିବାର ଧମକ । ସୂଚନା ମୁତାବକ ୨୦୨୦-୨୧ ଆର୍ଥିକ ବର୍ଷ ଅଧୀନ ଡିଆରଡିଏ ଯୋଜନାରେ ସନ୍ତରା ଗ୍ରାମର ଯୁଗ ପୁରା ଛକ ଠାରୁ ଆଖଣ୍ଡଳମଣି ମନ୍ଦିର ପର୍ଯ୍ୟନ୍ତ ନୂତନ ରାସ୍ତାର ପ୍ରକଳ୍ପ ନିମନ୍ତେ ୫,୦୦,୦୦୦/-(ପାଞ୍ଚ ଲକ୍ଷ) ଟଙ୍କାର ବ୍ୟୟ ବରାଦ ହୋଇଥିଲା ।

ବିଭାଗ ତରଫରୁ ଏହି କା ପାଇଁ ସ୍ଥାନୀୟ ଠିକାଦାରଙ୍କୁ ନିୟୋଜିତ କରାଯାଇଥିଲା । ଗ୍ରାମବାସୀଙ୍କ କହିବା ମୁତାବକ ଯଉ ଭାବରେ ନୂତନ ରାସ୍ତା କାର୍ଯ୍ୟ କରାଯାଏ ସେହିଭଳି ରାସ୍ତା କାମ ହେଉ ନାହିଁ ଓ ଲୋକେ କହିବା ମୁତାବକ ରାସ୍ତା ମଝି ରେ ଫିଲିଙ୍ଗ ବାଲି ନାଁରେ ଜଙ୍ଗଲ ମାଟି ଆଣି ପକେଇ କାମ ଯାଇଥିବାବେଳେ ରାସ୍ତା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଜେଇଙ୍କୁ ରାସ୍ତା ନିର୍ମାଣ କେଉଁ ମାନର ହେବାକଥା ସାମ୍ବାଦିକ ଜଣଙ୍କ ପଚାରିବାରୁ ଜେଇ ନିୟୋଜିତ କରିଥିବା ଠିକାଦାର ଓ ତାଙ୍କ ପୁଅ ସାମ୍ବାଦିକ ଜଣଙ୍କୁ ଦୁର୍ବ୍ୟବହାର କରିବା ସହିତ ମାଡ଼ ମାରିବାର ଧମକ ଦେଉଛନ୍ତି ।

ସାମ୍ବାଦିକ ଜଣକୁ ମିଛରେ ଟଙ୍କା ଦେଇଥିବା କଥା କହୁଛନ୍ତି । ଠିକାଦାର ଓ ଡିପାର୍ଟମେଣ୍ଟ ର ଜେଇଙ୍କ ମିଳିତ ମଧୁଚନ୍ଦ୍ରିକାରେ ଏଭଳି ରାସ୍ତା କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି । ଏନେଇ ସାମ୍ବାଦିକ ଜଣଙ୍କ ଡିପାର୍ଟମେଣ୍ଟ ର ଜେଇଙ୍କୁ ଜଣେଇଥିଲେ । ଏହା ପରେ ଠିକାଦାରଙ୍କ ପୁଅ ହଠାତ ଉତ୍ୟକ୍ତ ହୋଇ ସାମ୍ବାଦିକ ଜଣଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ ମାରିବାର ଧମକ ମଧ୍ୟ ଦେଇଥିଲେ । ସେହିପରି ଠିକାଦାରଙ୍କ ସାମ୍ବାଦିକଙ୍କ ପ୍ରତି ଏଭଳି ବ୍ୟବହାରକୁ ଜିଲ୍ଲାର ସବୁ ସାମ୍ବାଦିକ ମହଲରେ ଘୋର ନିନ୍ଦା କରିବା ସହିତ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ