Masthead

ସରେଣ୍ଡର କରିବେ ମନ୍ତ୍ରୀଙ୍କ ପୁଅ!

ଲକ୍ଷ୍ମୀପୁର (ବଡ଼ ଖବର ବ୍ୟୁରୋ): ଚାଷୀଙ୍କୁ ଗାଡ଼ି ଚଢ଼ାଇ ମାରିବା ଘଟଣାରେ ନୂଆମୋଡ଼ । ମାମଲାରେ ଅଭିଯୁକ୍ତ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ସରେଣ୍ଡର କରିପାରନ୍ତି । ଲକ୍ଷ୍ମୀପୁର ଖେରି ଜନପଦ ନ୍ୟାୟାଳୟରେ ଆତ୍ମସମର୍ପଣ କରିପାରନ୍ତି ଆଶିଷ । ତେବେ ଆଶିଷଙ୍କ ବ୍ୟତୀତ ଅନ୍ୟ ୧୪ ଜରଙ୍କ ନାଁରେ ହତ୍ୟା, ଅପରାଧିକ ଷଡ଼ଯନ୍ତ୍ର ଭଳି ସଙ୍ଗୀନ ଅଭିଯୋଗ ରହିଛି ।

ଏଫଆଇଆର ଅନୁଯାୟୀ, ଯେଉଁ ଗାଡି ଚଢାଇ ଚାଷୀଙ୍କୁ ହତ୍ୟା କରାଯାଇଥିଲା ସେହି ଗାଡିର ବାମପାଶ୍ୱର୍ରେ ଆଶିଷ ମିଶ୍ରା ବସିଥିଲେ । ଆଉ ଏହି ଘଟଣାକୁ ନେଇ ଏବେ ରାଜନୀତି ତେଜିବାରେ ଲାଗିଛି । ବିରୋଧୀ କଂଗ୍ରେସ ଏହି ଘଟଣାରେ ସରକାରଙ୍କୁ ଟାର୍ଗେଟ କରିବା ସହ କେନ୍ଦ୍ରମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରୁଛି । ଲକ୍ଷ୍ମୀପୁର ହିଂସାକାଣ୍ଡ ଘଟଣାକୁ ୩ ଦିନରୁ ଅଧିକ ସମୟ ବିତିଥିଲେ ମଧ୍ୟ ଏଥିପାଇଁ କିଏ ଦାୟୀ ତାହାର ଉତ୍ତର ଖୋଜୁଛି ପୋଲିସ । ଭିନ୍ନ ଭିନ୍ନ ଭିଡ଼ିଓ ସାମ୍ନାକୁ ଆସିବା ପରେ ଘଟଣା ଉପରୁ ପରଦା କିଛି ମାତ୍ରାରେ ହଟିଥିଲେ ମଧ୍ୟ ପୂରା ସତ କଣ ତାହା ଏଯାଏଁ ପଦାକୁ ଆସିନି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି