Before Header

କୋଣାର୍କ ସୂର୍ଯ୍ୟ ମନ୍ଦିର ସୌନ୍ଦର୍ଯ୍ୟକରଣରେ ଅନିୟମିତତା

0 24

କୋଣାର୍କ(ବଡ଼ ଖବର ବ୍ୟୁରୋ): କୋଣାର୍କ ସୂର୍ଯ୍ୟ ମନ୍ଦିର ସୌନ୍ଦର୍ଯ୍ୟକରଣରେ ବ୍ୟାପକ ଅନିୟମିତତା। ଠିକାଦାର ବ୍ୟବହାର କରୁଛନ୍ତି ନିମ୍ନ ମାନର ମ୍ୟାଟେରିଆଲ । ଅଭିଯୋଗ ଆଣିଲେ ଅଞ୍ଚଳବାସୀ । ପ୍ରଥମେ ପୁରୀ ଜଗନ୍ନାଥ ମନ୍ଦିର ଓ ପରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ପାରିପାର୍ଶ୍ବିକ ବିକାଶ କାମରେ ସଫଳତା ପରେ ଏବେ ରାଜ୍ୟ ସରକାରଙ୍କ ସ୍କାନରରେ ବ୍ଲାକ ପାଗୋଡ଼ା। ମାତ୍ର ସୂର୍ଯ୍ୟ ମନ୍ଦିର ବିକାଶ କାମ ଆରମ୍ଭ ହେବା ଆଗରୁ ଏଥିରେ ଦେଖାଦେଲାଣି ବ୍ୟାପକ ଅନିୟମିତତା।

ମନ୍ଦିରକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରଥମ ପର୍ୟ୍ୟାୟରେ ମନ୍ଦିର ବାହାର ପାର୍ଶ୍ଵରେ ଜୋରସୋରରେ ଚାଲିଛି କାମ। ଫେବର ବ୍ଲକ ବିଛାଯାଇ ଚଲାପଥ ରାସ୍ତାକୁ ସୌନ୍ଦର୍ୟ୍ୟକରଣ କରାଯାଉଥିବା ବେଳେ ଠିକାଦାର ନିଜ ମନମୁଖୀ କାମ କରି ବ୍ୟବହାର କରୁଛନ୍ତି ନିମ୍ନ ମାନର ମ୍ୟାଟେରିଆଲ। ଏପରିକି ଏଏସଆଇ ବିଭାଗ ପକ୍ଷରୁ ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଟେଣ୍ଡର ପ୍ରକ୍ରିୟାରେ ନିର୍ଦ୍ଦିଷ୍ଟ ଜଣେ ଠିକାଦାର ଚଞ୍ଚକତା କରି ଏଏସଆଇ ଅଧିକାରୀଙ୍କ ସହାୟତା ରେ ବିଭିନ୍ନ ସମୟରେ ଟେଣ୍ଡର ହାତେଇ ସୂର୍ଯ୍ୟ ମନ୍ଦିର ର ସୌନ୍ଦର୍ଯ୍ୟ କରଣ କାମ ପ୍ରଥମ ରୁ ନିମ୍ନ ମାନର କରି ଆସୁଥିବା ବେଳେ ବର୍ତ୍ତମାନ ସେହି ନିର୍ଦ୍ଦିଷ୍ଟ ଠିକାଦାର ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିର ବାହାର ପାର୍ଶ୍ୱ ର କାମ ନିମ୍ନ ମାନର ଚଲେଇ ଆସୁଛନ୍ତି। ତେବେ ଏସବୁ ଜାଣି ବି କାହିଁକି ଚୁପ ବସିଛନ୍ତି ରାଜ୍ୟ ସରକାର ତାକୁ ନେଇ ସାଧାରଣ ଲୋକ ଉଠାଇଛନ୍ତି ପ୍ରଶ୍ନ।

Leave A Reply

Your email address will not be published.