Masthead

କୋଣାର୍କ ସୂର୍ଯ୍ୟ ମନ୍ଦିର ସୌନ୍ଦର୍ଯ୍ୟକରଣରେ ଅନିୟମିତତା

କୋଣାର୍କ(ବଡ଼ ଖବର ବ୍ୟୁରୋ): କୋଣାର୍କ ସୂର୍ଯ୍ୟ ମନ୍ଦିର ସୌନ୍ଦର୍ଯ୍ୟକରଣରେ ବ୍ୟାପକ ଅନିୟମିତତା। ଠିକାଦାର ବ୍ୟବହାର କରୁଛନ୍ତି ନିମ୍ନ ମାନର ମ୍ୟାଟେରିଆଲ । ଅଭିଯୋଗ ଆଣିଲେ ଅଞ୍ଚଳବାସୀ । ପ୍ରଥମେ ପୁରୀ ଜଗନ୍ନାଥ ମନ୍ଦିର ଓ ପରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ପାରିପାର୍ଶ୍ବିକ ବିକାଶ କାମରେ ସଫଳତା ପରେ ଏବେ ରାଜ୍ୟ ସରକାରଙ୍କ ସ୍କାନରରେ ବ୍ଲାକ ପାଗୋଡ଼ା। ମାତ୍ର ସୂର୍ଯ୍ୟ ମନ୍ଦିର ବିକାଶ କାମ ଆରମ୍ଭ ହେବା ଆଗରୁ ଏଥିରେ ଦେଖାଦେଲାଣି ବ୍ୟାପକ ଅନିୟମିତତା।

ମନ୍ଦିରକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରଥମ ପର୍ୟ୍ୟାୟରେ ମନ୍ଦିର ବାହାର ପାର୍ଶ୍ଵରେ ଜୋରସୋରରେ ଚାଲିଛି କାମ। ଫେବର ବ୍ଲକ ବିଛାଯାଇ ଚଲାପଥ ରାସ୍ତାକୁ ସୌନ୍ଦର୍ୟ୍ୟକରଣ କରାଯାଉଥିବା ବେଳେ ଠିକାଦାର ନିଜ ମନମୁଖୀ କାମ କରି ବ୍ୟବହାର କରୁଛନ୍ତି ନିମ୍ନ ମାନର ମ୍ୟାଟେରିଆଲ। ଏପରିକି ଏଏସଆଇ ବିଭାଗ ପକ୍ଷରୁ ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଟେଣ୍ଡର ପ୍ରକ୍ରିୟାରେ ନିର୍ଦ୍ଦିଷ୍ଟ ଜଣେ ଠିକାଦାର ଚଞ୍ଚକତା କରି ଏଏସଆଇ ଅଧିକାରୀଙ୍କ ସହାୟତା ରେ ବିଭିନ୍ନ ସମୟରେ ଟେଣ୍ଡର ହାତେଇ ସୂର୍ଯ୍ୟ ମନ୍ଦିର ର ସୌନ୍ଦର୍ଯ୍ୟ କରଣ କାମ ପ୍ରଥମ ରୁ ନିମ୍ନ ମାନର କରି ଆସୁଥିବା ବେଳେ ବର୍ତ୍ତମାନ ସେହି ନିର୍ଦ୍ଦିଷ୍ଟ ଠିକାଦାର ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିର ବାହାର ପାର୍ଶ୍ୱ ର କାମ ନିମ୍ନ ମାନର ଚଲେଇ ଆସୁଛନ୍ତି। ତେବେ ଏସବୁ ଜାଣି ବି କାହିଁକି ଚୁପ ବସିଛନ୍ତି ରାଜ୍ୟ ସରକାର ତାକୁ ନେଇ ସାଧାରଣ ଲୋକ ଉଠାଇଛନ୍ତି ପ୍ରଶ୍ନ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି..