Before Header

ଜୟଙ୍କୁ ଅରୂପଙ୍କ ଧମକ, କେଉଁ ସ୍ତରରେ ରାଜ୍ୟ ରାଜନୀତି?

0 322

ଭୁବନେଶ୍ୱର(ବଡ ଖବର ବ୍ୟୁରୋ): ଏଇ ଯେଉଁ ଲୋକଟା କାଲି ରାତିରେ ଧକ୍କା ଧକ୍କି କଲା । ଭାଗ୍ୟଭଲ ସେ ଆମହାତରେ ପଡିନି । ଦଳିୟ କାର୍ଯ୍ୟକ୍ରମରେ ନା ନନେଇ ଜୟନାରାୟଣ ମିଶ୍ରଙ୍କୁୁ ଏପରି ଧମକ ଦେଇଛନ୍ତି ପୂର୍ବତନ ପୋଲିସ ବାବୁ ତଥା ବର୍ତ୍ତମାନର ବିଜେଡି ନେତା ଅରୂପ ପଟ୍ଟନାୟକ । ଭୁବନେଶ୍ୱରରେ ବିଜୁ ଜନତା ଦଳର କାର୍ଯ୍ୟକ୍ରମରେ ଭାଷଣ ଦେଉ ଦେଉ ଏମିତି କହିଦେଲେ ପୂର୍ବତନ ପୋଲିସ କମିଶନର । ହାତରେ ପଡିଥିଲେ କଣ କରିଥାଆନ୍ତେ ଅରୂପ ? ନାଁ ନନେଇ ବିରୋଧୀ ଦଳର ନେତାଙ୍କୁ ଧମକାଉଛନ୍ତି କି ପୂର୍ବତନ ପୋଲିସ ବାବୁ ? ଭାଷଣ ବାହାନାରେ ବିରୋଧୀ ଦଳର ନେତାଙ୍କୁ ଖୋଲାଖୋଲି ଧମକ ଦେଉଛନ୍ତି ଅରୂପ ।

ଅରୂପଙ୍କ ଏପରି ମନ୍ତବ୍ୟ ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ଗତ ବୁଧବାର ସମ୍ବଲପୁରରେ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ଓ ଧନୁପାଲି ଆଇଆଇସିଙ୍କ ମଧ୍ୟରେ ହୋଇଥିବା ମୁଥ ମରାମରି ପ୍ରସଙ୍ଗରେ ଅରୂପ ଏଭଳି କହିଥିବା ଚର୍ଚ୍ଚା ହେଉଛି । ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ଟିକେଟରେ ଛିଡାହୋଇ ହାରିଥିବା ଅରୂପଙ୍କ ଏଭଳି ମନ୍ତବ୍ୟକୁ କଡା ସମାଲୋଚନା କରିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର । ସେ କହିଛନ୍ତି ସେ ଜଣେ ଆଇପିଏସ ଅଫିସର ଥିଲେ, କିନ୍ତୁ ଗୁଣ୍ଡା ଭଳି କଥାବାର୍ତ୍ତା କରୁଛନ୍ତି । ସେ କେବେ ଆଇପିଏସ ନଥିଲେ ଧରାଧରି କରି ଚାକିରୀ ହାତେଇଛନ୍ତି ବୋଲି କହିଛନ୍ତି ଗୋଲକ ମହାପାତ୍ର ।

ଏଥିସହ ଜୟନାରାଣଙ୍କୁ ସାମ୍ନା କରିବାକୁ ଚ୍ୟାଲୋଞ୍ଜଞ୍ଚ ଦେଇଛନ୍ତି ଗୋଲକ । ତେବେ ଅରୂପ ପଟ୍ଟନାୟକ ୩୬ ବର୍ଷ ପୋଲିସ ଚାକିରୀ ପରେ ଚାକିରୀରୁ ଅବସର ନେଇଛନ୍ତି । ମୁମ୍ବାଇ ଭଳି ସହରରେ କମିଶନର ମଧ୍ୟ ରହିଆସିଛନ୍ତି । ବର୍ତ୍ତମାନ ବିଜୁ ଜନତା ଦଳର ଓଡିଶା ମୋ ପରିବାରର ଅଧ୍ୟକ୍ଷ ଭାବେ ଦାୟତ୍ୱ ତୁଲାଉଛନ୍ତି । ଏପରି ସ୍ଥଳେ ପୋଲିସ ବାବୁରୁ ରାଜନେତା ପାଲଟିଥିବା ଅରୂପଙ୍କ ନିୟମ କାନୁନ ଉପରେ ଯଥେଷ୍ଟ ଜ୍ଞାନ ଥିବ ।

ତା ପରେ ବି ବିରୋଧୀ ଦଳ ନେତାଙ୍କୁ ଏପରି ଖୋଲା ଧମକ ଦେବା ପଛର କାରଣ କଣ ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଏ ଭାଷଣ ଯଦି ସତରେ ଜୟନାରାୟଙ୍କ ପାଇଁ ଥିଲା ତେବେ ତାଙ୍କ ହାତରେ ଜୟନାରାୟଣ ଲାଗିଲେ କଣ କରିଥାନ୍ତେ ବୋଲି ଉଠିଛି ପ୍ରଶ୍ନ ।

Leave A Reply

Your email address will not be published.