Masthead

ମଠ ପରିଚାଳନାରେ ଅନିୟମିତତା ଅଭିଯୋଗ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଜଗତସିଂହପୁର ବ୍ଲକ ଅନ୍ତର୍ଗତ ବଳରାମପୁର ପଞ୍ଚାୟତର ଦେନ୍ଦୁଅ ଗ୍ରାମରେ ଥିବା ଗୁଣ୍ଡୁଚି ଗୋସ୍ୱାମୀ ମଠ ପରିଚାଳନାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଏହି ମଠ ଦେବୋତ୍ତର ବିଭାଗ ଅଧୀନରେ । ମଠ ଦାୟିତ୍ୱରେ ଥିବା ଗଣେଶ୍ୱର ମଲ୍ଲ ମଠର ବଡ଼ ବଡ଼ ଗଛଗୁଡ଼ିକୁ ମାଫିଆଙ୍କୁ ବିକ୍ରି କରି ଅର୍ଥ ଆତ୍ମସାତ କରୁଥିବା ଅଭିଯୋଗ ହୋଇଛି। ଦେବୋତ୍ତର ବିଭାଗ ଅନୁମତି ନ ଥାଇ ଗଛଗୁଡ଼ିକ ବିକ୍ରି କରିବାକୁ ନେଇ ସ୍ଥାନୀୟ ତହସିଲଦାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଗୁଣ୍ଡୁଚି ଗୋସ୍ୱାମୀ ଠାକୁରଙ୍କର ଏକର ଏକର ସମ୍ପତ୍ତିରୁ ଆୟ ହେଉଥିବା ଅର୍ଥର ମଧ୍ୟ ସଠିକ ହିସାବ ମିଳୁନାହିଁ। ଫଳରେ ଦେବୋତ୍ତର ବିଭାଗର ବ୍ୟାପକ ଅର୍ଥ ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ସ୍ଥାନୀୟ ତହସିଲଦାର ଓ ଦେବୋତ୍ତର ବିଭାଗ ଏହାର ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ