Masthead

ଅମରିନ୍ଦର ସିଂହଙ୍କ ପାକିସ୍ତାନ ସହ ଲିଙ୍କ ଅଛି କି ?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପଞ୍ଜାବରେ ଦଳୀୟ ଗୋଷ୍ଠୀ କନ୍ଦଳ ଥମିବାରେ ନାଁ ନେଉନି । କ୍ୟାପଟେନ ଅମରିନ୍ଦର ସିଂହଙ୍କ ଠାରୁ ଆରମ୍ଭ ହୋଇଥିବା କନ୍ଦଳ କେବେ ଶେଷ ହେବ ତାହା ମଧ୍ୟ ସ୍ପଷ୍ଟ ହୋଇ ପାରୁ ନାହିଁ । କାହିିଁକିନା ପଞ୍ଜାବର ଡେପୁଟି ସିଏମ ସୁଖଜିନ୍ଦର ସିଂହ ରାନ୍ଧୱା ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ପାକିସ୍ତାନର ମହିଳା ବନ୍ଧୁ ତଥା ପାକିସ୍ତାନ ଗୁପ୍ତଚର ଏଜେନ୍ସି ଆଇଏସଆଇର ସମ୍ପର୍କ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ ବରଂ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ବାରମ୍ବାର ଚେତାବନୀ ଦେବା ସତ୍ତେ୍ୱ ତାଙ୍କର ପାକିସ୍ତାନୀ ମହିଳା ବନ୍ଧୁ ସରକାରୀ କୋଠାରେ ରହିଥିଲେ ।

ଏପରିକି କ୍ୟାପଟେନ କିପରି ଜାଣିଲେ ପଞ୍ଜାବ ଉପରେ ଆଇଏସଆଇର ନଜର ରହିଛି ବୋଲି ରାନ୍ଧୱା ପ୍ରଶ୍ନ କରିଛନ୍ତି । ଏହା ଅର୍ଥ ହେଉଛି କେହି କ୍ୟାପଟେନଙ୍କୁ କିଛି ସୂଚନା ଦେଉଥିଲେ । ତେଣୁ ଏହାକୁ ଅତି ନିକଟରୁ ଅନୁସନ୍ଧାନ କରିବାକୁ ଡିଜିପି ଇକବାଲପ୍ରୀତ ସିଂହ ସାହୋଟାଙ୍କୁ ରାଣ୍ଡୱା ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଇଡି ମାମଲାର ସମ୍ମୁଖୀନ ହେବା ପରେ ଏବଂ ପାକିସ୍ତାନୀ ନାଗରିକଙ୍କୁ ଆଶ୍ରୟ ଦେବା ପରେ କ୍ୟାପଟେନ ଅମରିନ୍ଦର ସିଂହ ବିଜେପି ସହ ହାତ ମିଳାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ