ଅଶାନ୍ତ ହେଉଛି ଯୋଡା ଖଣି

ଯୋଡା (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ଅଞ୍ଚଳରେ ଧିରେ ଧୀରେ ଅଶାନ୍ତି ବଢିଛି। ଅନେକ ଗୁଡିଏ ଖଣିରେ କାମ ବନ୍ଦ କରି ଲୋକେ ବସି ରହୁଛନ୍ତି । ଏମିତିକି ଓଡ଼ିିଶା ସରକାରଙ୍କ ବିଭିନ୍ନ ଓଏମସି ଖଣିରେ ମଧ୍ୟ କାର୍ଯ୍ୟ ବନ୍ଦ କରିଦେଇ ସେଠାରେ ବହୁ ସଂଖ୍ୟକ ଲୋକ ବସି ରହୁଛନ୍ତି। ଯାହା ଫଳରେ ସରକାରଙ୍କର ଦୈନିକ କୋଟି କୋଟି ଟଙ୍କା ରାଜସ୍ବ ହାନି ହେଉଛି। ସେମିତି ଓଏମସି ବାଂଶପାଣୀ ଲୌହ ଖଣିରେ ବାବା ଧବଳେଶ୍ୱର ମୁଭର୍ସ ପରିବହନ ନିମନ୍ତେ ୱାର୍କ ଅଡର ପାଇଥିଲେ ମଧ୍ୟ ବାଇଜୁ ବାବା ଓ ଏନ ଏସ ଆଇ ପି ଏଲ କମ୍ପାନୀ କାର୍ଯ୍ୟ କରାଇ ଦେଉନାହାନ୍ତି। ଏମାନେ ବାହାର ରାଜ୍ୟର ହୋଇଥିଲେ ମଧ୍ୟ ସ୍ଥାନୀୟ ପରିବହନ ଠିକାଦାର ଦାଦାଗିରି ଦେଖାଇ କିଛି ଦିନ ହେବ କାମ ବନ୍ଦ କରାଉଥିଲେ। ଫଳରେ ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା।

ଉଭୟ ପକ୍ଷରୁ ଅଭିଯୋଗ ପରେ ପୋଲିସ ପହଞ୍ଚି ଥିଲା। ପୋଲିସ ଉପସ୍ଥିତିରେ ଏନଏସପିଏଲର ପୋଷା ଗୁଣ୍ଡାମାନେ ଗାଡି ଗୁଡିକୁ ଅଟକାଇ ଭଙ୍ଗାରୁଜୁ କରିଲା ବେଳେ ପୋଲିସ ଅଟକାଇଥିଲା। ସେମାନେ ଶାନ୍ତ ନ ହୋଇ ପୋଲିସ ଉପରକୁ ପଥର ଓ କାଠ ଫାଳିଆ ସାହାଯ୍ୟରେ ଆକ୍ରମଣ କରିଥିଲେ। ନିଜକୁ ବଞ୍ଚାଇବାକୁ ଯାଇ ପୋଲିସ ସେମାନଙ୍କ ଉପରକୁ ଲାଠି ଚାଳନା କରିଥିଲା। ତେବେ ବାଇଯୁ ଓ ଏନଏସଆଇପିଏଲ ବାହାର ରାଜ୍ୟରୁ ଆସି ଏଠି ଗୁଣ୍ଡଗିରି ଦେଖାଇବା ସମ୍ଭବ ନୁହେଁ। ଏହା ପଛରେ ବାହୁବଳୀ ବିଧାୟକଙ୍କ ହାତ ରହିଛି ବୋଲି ତାଙ୍କ ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି। ଦେଖିବାକୁ ବାକି ରହିଲା ଏସବୁ ର ସମାଧାନ କେବେ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ