Masthead

କ୍ରିକେଟ ବିଶ୍ୱକପ ବିଜୟଠାରୁ ବି ଏହା ବଡ଼: ଗୌତମ ଗମ୍ଭୀର

(ବଡ଼ ଖବର ବ୍ୟୁରୋ): ଗୌତମ ଗମ୍ଭୀର ଦୁଇଟି ବିଶ୍ୱକପର ହିରୋ । ୨୦୦୭ ଟି-୨୦ ଓ ୨୦୧୧ ବିଶ୍ୱକପ । ହେଲେ ଏତେ ଖୁସି ପାଇନଥିଲେ ଯାହା ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ କରିଦେଖାଇଲା । ତାଙ୍କ ଟ୍ୱିଟରୁ ହିଁ ସ୍ପଷ୍ଟ ବାରିହୋଇପଡୁଛି ଯେ ଏ ବିଜୟ ୧୯୮୩, ୨୦୦୭ ଓ ୨୦୧୧ କ୍ରିକେଟ ବିଶ୍ୱକପ ବିଜୟଠାରୁ କମ୍ ନୁହେଁ । ଗୌତମ ଗମ୍ଭୀର ତାଙ୍କ ଟ୍ୱିଟର ଆକାଉଣ୍ଟରେ ତ୍ରୀରଙ୍ଗା ପତାକା ଧରିଥିବା ଭାରତୀୟ ହକି ଦଳର ଫଟୋ ସହିତ ଲେଖିଛନ୍ତି “ହକିରେ ଏହି ପଦକ ସବୁ ବିଶ୍ୱକପ ଠାରୁ ବଡ଼” ।

ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ୫-୪ରେ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛି ଭାରତ । ମେନ ଇନ ବ୍ଲୁ ଜର୍ମାନୀ ଦଳ ବିପକ୍ଷରେ ଏକ ଉଲ୍ଲେଖନୀୟ ବିଜୟ ଲାଭ କରିବା ପାଇଁ ସମ୍ପୂର୍ଣ୍ଣ ଶକ୍ତି ଏବଂ ଜିତିବାର ଆତ୍ମ ପ୍ରଦର୍ଶନ କରିଥିଲା । ଦୀର୍ଘ ୪୧ ବର୍ଷ ପରେ ହକିରେ ଏହା ହେଉଛି ଭାରତର ପ୍ରଥମ ପଦକ । ତେଣୁ ବିଭିନ୍ନ ସ୍ଥାନରୁ ପ୍ରଶଂସାର ସୁଅ ଛୁଟୁଛି ।

ଏଥିରେ ସାମିଲ ଅଛନ୍ତି ଗମ୍ଭୀର, ୨୦୧୧ କ୍ରିକେଟ ବିଶ୍ୱକପ ଫାଇନାଲରେ ଗୌତମ ଗମ୍ଭୀର ଭାରତର ସର୍ବାଧିକ ସ୍କୋରର ଥିଲେ । ଯେଉଁଥିରେ ଭାରତ ଶ୍ରୀଲଲଙ୍କାକୁ ପରାସ୍ତ କରି ଟ୍ରଫି ହାସଲ କରିଥିଲା । ସେ ୯୬ ରନ କରିଥିଲେ । ୨୦୦୭ ଟି-େୱେଣ୍ଟି ବିଶ୍ୱକପ ଫାଇନାଲରେ ସେ ଭାରତର ସର୍ବାଧିକ ରନ ସଂଗ୍ରହ ମଧ୍ୟ କରିଥିଲେ । ତଥାପି ଗୌତମ ଅନୁଭବ କରିଛନ୍ତି ଯେ, ହକିରେ ଭାରତର ବ୍ରୋଞ୍ଜ ପଦକ, ଟିମ ଇଣ୍ଡିଆ ଜିତିଥିବା କ୍ରିକେଟର ସବୁ ବିଶ୍ୱକପ ଠାରୁ ବଡ଼ ଅଟେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ