Masthead

କ୍ରିକେଟ ବିଶ୍ୱକପ ବିଜୟଠାରୁ ବି ଏହା ବଡ଼: ଗୌତମ ଗମ୍ଭୀର

(ବଡ଼ ଖବର ବ୍ୟୁରୋ): ଗୌତମ ଗମ୍ଭୀର ଦୁଇଟି ବିଶ୍ୱକପର ହିରୋ । ୨୦୦୭ ଟି-୨୦ ଓ ୨୦୧୧ ବିଶ୍ୱକପ । ହେଲେ ଏତେ ଖୁସି ପାଇନଥିଲେ ଯାହା ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ କରିଦେଖାଇଲା । ତାଙ୍କ ଟ୍ୱିଟରୁ ହିଁ ସ୍ପଷ୍ଟ ବାରିହୋଇପଡୁଛି ଯେ ଏ ବିଜୟ ୧୯୮୩, ୨୦୦୭ ଓ ୨୦୧୧ କ୍ରିକେଟ ବିଶ୍ୱକପ ବିଜୟଠାରୁ କମ୍ ନୁହେଁ । ଗୌତମ ଗମ୍ଭୀର ତାଙ୍କ ଟ୍ୱିଟର ଆକାଉଣ୍ଟରେ ତ୍ରୀରଙ୍ଗା ପତାକା ଧରିଥିବା ଭାରତୀୟ ହକି ଦଳର ଫଟୋ ସହିତ ଲେଖିଛନ୍ତି “ହକିରେ ଏହି ପଦକ ସବୁ ବିଶ୍ୱକପ ଠାରୁ ବଡ଼” ।

ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ୫-୪ରେ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛି ଭାରତ । ମେନ ଇନ ବ୍ଲୁ ଜର୍ମାନୀ ଦଳ ବିପକ୍ଷରେ ଏକ ଉଲ୍ଲେଖନୀୟ ବିଜୟ ଲାଭ କରିବା ପାଇଁ ସମ୍ପୂର୍ଣ୍ଣ ଶକ୍ତି ଏବଂ ଜିତିବାର ଆତ୍ମ ପ୍ରଦର୍ଶନ କରିଥିଲା । ଦୀର୍ଘ ୪୧ ବର୍ଷ ପରେ ହକିରେ ଏହା ହେଉଛି ଭାରତର ପ୍ରଥମ ପଦକ । ତେଣୁ ବିଭିନ୍ନ ସ୍ଥାନରୁ ପ୍ରଶଂସାର ସୁଅ ଛୁଟୁଛି ।

ଏଥିରେ ସାମିଲ ଅଛନ୍ତି ଗମ୍ଭୀର, ୨୦୧୧ କ୍ରିକେଟ ବିଶ୍ୱକପ ଫାଇନାଲରେ ଗୌତମ ଗମ୍ଭୀର ଭାରତର ସର୍ବାଧିକ ସ୍କୋରର ଥିଲେ । ଯେଉଁଥିରେ ଭାରତ ଶ୍ରୀଲଲଙ୍କାକୁ ପରାସ୍ତ କରି ଟ୍ରଫି ହାସଲ କରିଥିଲା । ସେ ୯୬ ରନ କରିଥିଲେ । ୨୦୦୭ ଟି-େୱେଣ୍ଟି ବିଶ୍ୱକପ ଫାଇନାଲରେ ସେ ଭାରତର ସର୍ବାଧିକ ରନ ସଂଗ୍ରହ ମଧ୍ୟ କରିଥିଲେ । ତଥାପି ଗୌତମ ଅନୁଭବ କରିଛନ୍ତି ଯେ, ହକିରେ ଭାରତର ବ୍ରୋଞ୍ଜ ପଦକ, ଟିମ ଇଣ୍ଡିଆ ଜିତିଥିବା କ୍ରିକେଟର ସବୁ ବିଶ୍ୱକପ ଠାରୁ ବଡ଼ ଅଟେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି