Masthead

ନାଟୋ ମେଣ୍ଟ ପାଇଁ ଭାରତକୁ ଅଫର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନାଟୋ ମେଣ୍ଟ ପାଇଁ ଭାରତକୁ ମିଳିଛି ଅଫର । ୪୦ ଦେଶର ସାମରିକ ମେଣ୍ଟ ହେଉଛି ନାଟୋ ବା ନର୍ଥ ଆଟଲାଣ୍ଟିକ ଟ୍ରିଟ ଅର୍ଗାନାଇଜେସନ । ଏଥିରେ ଯୋଗଦାନ ସମ୍ପର୍କରେ ନାଟୋର ଜଣେ ବରିଷ୍ଠ ଅଧିକାରୀ ପ୍ରଥମ ଥର ପାଇଁ ବିବୃତି ରଖିଛନ୍ତି । ନାଟୋର ଆମେରିକୀୟ ସ୍ଥାୟୀ ପ୍ରତିନିଧି ଜୁଲିଅନ୍ ସ୍ମିଥ୍ କହିଛନ୍ତି, ନାଟୋ ମେଣ୍ଟରେ ଯୋଗଦେବା ସମ୍ପର୍କରେ ଭାରତ ସହ ଅଧିକ ଆଲୋଚନା ପାଇଁ ଦ୍ୱାର ଖୋଲା ରହିଛି । ଦିଲ୍ଲୀରେ ଆୟୋଜିତ ବାର୍ଷିକ ରାୟସିନା ଡାୟଲଗ୍ସ ଅବସରରେ ନାଟୋ ଓ କେତେକ ଭାରତୀୟ ଅଧିକାରୀଙ୍କ ମଧ୍ୟରେ ଅନୌପଚାରିକ ଆଲୋଚନ ହୋଇଥିଲା ।

ସ୍ମିଥ୍ କହିଛନ୍ତି, ନାଟୋରେ ଭାରତ ସାମିଲ ହେବା ପ୍ରସ୍ତାବ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି । ପୂର୍ବରୁ ଭାରତକୁ ପ୍ରସ୍ତାବ ଦିଆଯାଇ କୁହାଯାଇଥିଲା ଯେ ଆମେରିକାର ନାଟୋ ମେଣ୍ଟ ଭଳି ଭାରତ ସହ ଅଧିକ ସାମରିକ ସମ୍ପର୍କ ସ୍ଥାପନ କରିବାକୁ ଚାହେଁ । ଏବେ ନାଟୋରେ ୪୦ ଦେଶ ସଦସ୍ୟ ରହିଛନ୍ତି । ଏପ୍ରିଲ ୪ ଓ ୫ରେ ବ୍ରସେଲ୍ସଠାରେ ନାଟୋ ମେଣ୍ଟର ବିଦେଶ ମନ୍ତ୍ରୀମାନଙ୍କ ବୈଠକ ବସିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ