Masthead

‘୪ ଦିନ କୌଣସି ବି ମନ୍ତ୍ରୀ ନିଜ ଅଫିସ୍‌ ଛାଡି ଯାଇପାରିବେ ନାହିଁ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲୋକସଭା ନିର୍ବାଚନ ଫଳାଫଳ ବାହାରିବା ପରେ ରବିବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଭାବେ ମୋଦି ନିଜର ତୃତୀୟ ପାଳି ଆରମ୍ଭ କରିଛନ୍ତି । ତେବେ ମୋଦି ଶପଥ ନେବା ସହ ତାଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ସାଂସଦମାନେ ମଧ୍ୟ ଶପଥ ନେଇଛନ୍ତି ।  ଶପଥ ନେବା ପରେ ଆକ୍ସନ ମୁଡକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ ମନ୍ତ୍ରୀଙ୍କୁ ଦେଇଛନ୍ତି ନିର୍ଦ୍ଦେଶ । ସପ୍ତାହର ପ୍ରଥମ ୪ ଦିନ କୌଣସି ବି ମନ୍ତ୍ରୀ ନିଜ ଅଫିସ୍‌ ଛାଡି ବାହାରକୁ ନ ଯିବାକୁ ମୋଦି ନିର୍ଦ୍ଦେଶ ଦେଇଛନ୍ତି।

କ୍ୟାବିନେଟ ମନ୍ତ୍ରୀ ହୋଇଥିବା ଜିତନ ରାମ ମାଞ୍ଝୀ ଏକ ସାକ୍ଷାତକାର୍‌ରେ କହିଛନ୍ତି ଯେ ଏଥର ପୂର୍ବ ଅପେକ୍ଷା ଅଧିକ କଡା ପଦକ୍ଷେପ ନେବାକୁ ପଡିବ। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତକୁ ବିଶ୍ୱ ଅର୍ଥନୀତିରେ ତୃତୀୟ ସ୍ଥାନକୁ ଆଣିବାକୁ ପ୍ରଧାନମନ୍ତ୍ରୀ ଦୃଢ଼ ସଙ୍କଳ୍ପ ନେଇଛନ୍ତି। ଏଥିପାଇଁ ମନ୍ତ୍ରୀମାନଙ୍କୁ ଟାସ୍କ ଦିଆଯାଇଛି। ସପ୍ତାହର ପ୍ରଥମ ଚାରି ଦିନ ସୋମବାର, ମଙ୍ଗଳବାର, ବୁଧବାର ଏବଂ ଗୁରୁବାର କୌଣସି ମନ୍ତ୍ରୀ ତାଙ୍କ କାରର୍ଯ୍ୟାଳୟ ଛାଡି ନ ଯିବାକୁ ମନ୍ତ୍ରୀମାନଙ୍କୁ କୁହାଯାଇଛି। ଅନେକ ସରକାରୀ କାମ ରହିଛି। ସେଥିରେ ନିୟୋଜିତ ରହିବାକୁ ମନ୍ତ୍ରୀମାନଙ୍କୁ କୁହାଯାଇଥିବା ମାଞ୍ଝୀ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ