Masthead

କାରଗିଲ ଯୁଦ୍ଧରେ ହୋଇଥାନ୍ତା ପରଭେଜଙ୍କ ମୃତ୍ୟୁ…

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆରପାରିରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ଆର୍ମି ଜେନେରାଲ ପରଭେଜ ମୁଶରଫ । ଦୁବାଇରେ ତାଙ୍କର ଦେହାନ୍ତ ହୋଇଛି। ୭୯ ବର୍ଷ ବୟସରେ ମୁଶରଫ ଦୁବାଇର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅନେକ ସମୟରୁ ସେ ଅସୁସ୍ଥ ଥିଲେ ।  ସେ ଏମାଇଲଡୋସିସ ରୋଗରେ ପିଡୀତ ଥିଲେ । ତାଙ୍କର ଅନେକ ଅଙ୍ଗ କାମକରୁନଥିଲା ।

ସେ ଭେଣ୍ଟିଲେଟର ସପୋର୍ଟ ସିଷ୍ଟମରେ ଥିଲେ । ପରଭେଜ ମୁଶରଫ ଭାରତର ଏକ ଜଣାଶୁଣା ନାମ । ଆଗ୍ରାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ସରକାରଙ୍କ ସହିତ ଦ୍ୱିପାକ୍ଷିକ କଥାବାର୍ତ୍ତା ପରେ ତୁରନ୍ତ ଭାରତର ପଛରେ ଛୁରା ଭୁଶିବା ଭଳି କାମ କରିଥିଲେ ମୁଶାରଫ। କାରଗିଲ ଯୁଦ୍ଧ ପଛର ମାଷ୍ଟର ମାଇଣ୍ଡ ପରଭେଜ ମୁଶରଫ ଥିଲେ । କାରଗିଲ ଯୁଦ୍ଧ ସମୟରେ ସେ ଏବଂ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଏକ ଭାରତୀୟ ଯୁଦ୍ଧ ବିମାନର ବୋମାମାଡ଼ର ଟାର୍ଗେଟ ହୋଇପାରିଥାନ୍ତେ। ଏଥିରେ ପରଭେଜ ଏବଂ ନଓ୍ବାଜଙ୍କ ମୃତ୍ୟୁ ଘଟିଥାନ୍ତା। ମାତ୍ର ଭାରତୀୟ ବାୟୁସେନା ଯୁଦ୍ଧ ବିମାନର ଲକ୍ଷ୍ୟଚ୍ୟୁତ ହେବାରୁ ଉଭୟେ ବଞ୍ଚି ଯାଇଥିଲେ।ଯାହା ଭାରତ ସରକାରଙ୍କ ଏକ ଡକ୍ୟୁମେଣ୍ଟରୁ ପ୍ରକାଶ ପାଇଥିଲା।

ଏକ ଇଂରାଜୀ ଖବରକାଗଜ ରିପୋର୍ଟ ଅନୁଯାୟୀ, ୨୪ ଜୁନ ୧୯୯୯ରେ, ଭାରତୀୟ ବାୟୁସେନାର ଜାଗୁଆର ଯୁଦ୍ଧ ବିମାନ ଏଲଓସି ଉପରେ ଉଡ଼ିଥିଲା। ଏହି ବିମାନଟି ଲେଜର ଗାଇଡ ସିଷ୍ଟମ ସହିତ ପାକିସ୍ତାନୀ ସେନା ବେସ ଉପରେ ବୋମା ବିସ୍ଫୋରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହି ବିମାନ ପଛରେ ଆସୁଥିବା ଦ୍ୱିତୀୟ ଜାଗୁଆର ବିମାନକୁ ବୋମା ଦିଆଯାଇଥିଲା। ବିମାନର ପାଇଲଟ ଲୋସି ନିକଟ ଗୁଲଟେରୀରେ ପାକିସ୍ତାନୀ ସେନା ସ୍ଥିତିକୁ ଟାର୍ଗେଟ କରିଥିଲେ କିନ୍ତୁ ଲେଜର ବାସ୍କେଟରୁ ବୋମା ଖସିଯିବାରୁ ବୋମା ଲକ୍ଷ୍ୟଭେଦ କରି ପାରି ନ ଥିଲା। ଏହା ପରେ ନିଶ୍ଚିତ କରାଯାଇଥିଲା ଯେ ଗୁଲଟେରୀରେ ତତ୍କାଳୀନ ପାକିସ୍ତାନୀ ସେନା ମୁଖ୍ୟ ପରଭେଜ ମୁଶରଫ ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଉପସ୍ଥିତ ଥିଲେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି