Masthead

ଜଗା ବାହୁଡିବ ଜନ୍ମ ଜାଗା

କଟକ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ଏମ୍ସରେ ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ପୃଥକ କରାଯାଇଥିଲା । ସେଠାରେ କିଛିଦିନ ଚିକିତ୍ସିତ ହେବା ପରେ ସେମାନଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତରମାନଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ୱେ ବଳିଆ ଜଗାଙ୍କ ହାତ ଛାଡିଦେଇଥିଲେ । ଏବେ ଜଗା ବିତାଉଛନ୍ତି ସାଥୀହୀନ ଜୀବନ । କଟକ ବଡ଼ ମେଡିକାଲ (ଏସସିବି)ରେ ୨ ବର୍ଷ ହେବ ଚିକିତ୍ସିତ ହେଉଥିବା ଜଗା ଖୁବଶୀଘ୍ର ଡିସଚାର୍ଜ ହୋଇପାରନ୍ତି ।

ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତତ୍ୱାବଧାନରେ ଚିକିତ୍ସିତ ହେଉଛି ଜଗା। ସେ ଏବେ ସୁସ୍ଥ ହେବାରେ ଲାଗିଛନ୍ତି । ତାକୁ ଖୁବଶୀଘ୍ର ଏସସିବିରୁ ଡିସଚାର୍ଜ କରାଯିବ । ଏସସିବିରୁ ଡିସଚାର୍ଜ ହେବାପରେ କନ୍ଧମାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏକ ଡାକ୍ତରୀଦଳ ଅଧିନରେ ଜଗା ଚିକିତ୍ସିତ ହେବ। ଜଗାର ସ୍ଥିତି ଅନୁଧ୍ୟାନ କରିବା ପାଇଁ କନ୍ଧମାଳର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ଆଜି କଟକ ଏସସିବିରେ ପହଞ୍ଚିଛନ୍ତି । ଜଗାର ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରି ସେମାନେ ଚୁଡ଼ାନ୍ତ ନିଷ୍ପତ୍ତି ନେବେ।

ଏସସିବିରେ ରହିବାରେ ଆର୍ଥିକ ସମସ୍ୟା ଦେଖାଦେବାରୁ ଜଗାର ମା ପୁଷ୍ପାଞ୍ଜଳି କହଁର କନ୍ଧମାଳ ସ୍ଥିତ ନିଜ ଘର ଫିରିଙ୍ଗିଆ ବ୍ଲକ ମେଲୁପଡ଼ାକୁ ଫେରିଯିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ତାଙ୍କ ଅନୁରୋଧ ରକ୍ଷା କରିଥିଲେ ଜିଲ୍ଲାପାଳ । ଘଟଣା ସମ୍ପର୍କରେ ଜିଲ୍ଳାପାଳ ରାଜ୍ୟ ସରକାରଙ୍କୁ ଲିଖିତଭାବେ ଜଣାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ