Masthead

ମାସ ମାସ ଧରି ବନ୍ଦ ରହିଛି ଅଙ୍ଗନୱାଡି କେନ୍ଦ୍ର

ରାଇଘର (ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଳଦୀ ଗ୍ରାମ ଠାରେ ଥିବା ଅଙ୍ଗନୱାଡି କେନ୍ଦ୍ର ମାସ ମାସ ଧରି ବନ୍ଦ ରହୁଥିବାବେଳେ ଛୋଟ ଛୋଟ ପିଲାମାନଙ୍କ ପାଇଁ ଆସୁଥିବା ଅଣ୍ଡା ଓ ଛତୁଆ ସଠିକ୍ ଭାବେ ମିଳୁନଥିବା ସେଠାକାର ଗ୍ରାମବାସୀ ପକ୍ଷରୁ ଅଭିଯୋଗ ହୋଇଛି । ଅଙ୍ଗନୱାଡି କର୍ମୀ ସଠିକ ଭାବେ ଦାୟୀତ୍ବ ତୁଲାଉ ନଥିବାରୁ ଗ୍ରାମବାସୀ ଉକ୍ତ କର୍ମୀଙ୍କ ବଦଳି ଦାବି କରିଛନ୍ତି । ହଳଦୀ ପଞ୍ଚାୟତର ମୁଖ୍ୟଦପ୍ତର ଠାରେ ବହୁ ବର୍ଷ ଧରି ଏକ ଅଙ୍ଗନବାଡ଼ି କେନ୍ଦ୍ର ରହିଛି ।

ଏହି କେନ୍ଦ୍ରରେ କାର୍ଯ୍ୟରତ କର୍ମୀ ପ୍ରାୟ ସମୟରେ ଅନୁପସ୍ଥିତ ରହୁଥିବା ପୁର୍ବରୁ ଅଭିଯୋଗ ହୋଇ ଆସୁଥିଲା । ଏବେ ଦୀର୍ଘ ଦୁଇ ବର୍ଷ ହେବ କରୋନା ମହାମାରୀ ଯୋଗୁଁ କେନ୍ଦ୍ର ବନ୍ଦ ରହିଥିବା ସତ୍ବେ ସରକାରଙ୍କ ତରଫରୁ ଛୋଟ ଛୋଟ ପିଲାମାନଙ୍କ ପାଇଁ ଛତୁଆ ଓ ଅଣ୍ଡା ସହିତ ଗର୍ଭବତୀ ମହିଳାଙ୍କ ନିମନ୍ତେ ଖାଦ୍ୟ ଓ ଔଷଧ ନିୟମିତ ଭାବେ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । କିନ୍ତୁ ଏହି ଅଙ୍ଗନୱାଡି କେନ୍ଦ୍ରରେ ଏହାର ବ୍ୟତିକ୍ରମ ଦେଖା ଦେଇଛି ।

ଏଠାରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ମାସ ମାସ ଧରି କେନ୍ଦ୍ରକୁ ଆସୁନଥିବା ଫଳରେ ପିଲାମାନଙ୍କୁ ଅଣ୍ଡା ତଥା ଛତୁଆ ସଠିକ୍ ଭାବେ ମିଳିପାରୁନଥିବା ସହିତ ଗର୍ଭବତୀ ମହିଳାଙ୍କ ଖାଦ୍ୟ ବି ମିଳୁନଥିବା ଅଭିଯୋଗ ହୋଇଛି । ଏ ନେଇ ସିଡିପିଓ ଦାୟୀତ୍ବରେ ଥିବା ରାଇଘର ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କୁ ପଚାରିବାରୁ ସେ ଉକ୍ତ ଅଙ୍ଗନୱାଡି କେନ୍ଦ୍ରକୁ ଯାଇ ତଦନ୍ତ କରିବା ସହିତ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ