Masthead

ଦୀପ ଜାଳିଲେ, ଘର ଜଳିଲା

ଜଗନ୍ନାଥପ୍ରସାଦ (ବଡ଼ ଖବର ବ୍ୟୁରୋ): ଆଲୋକର ପର୍ବ ଦୀପାବଳିରେ ଅଘଟଣ । ଜଗନ୍ନାଥ ପ୍ରସାଦ ବ୍ଲକ କୁରୁତାଇ କପିଳପଲ୍ଲୀ ଗାଁରେ ଦୀପାବଳି ପ୍ରାବଣ ଶ୍ରାଦ୍ଧ ପାଇଁ ଚଉରା ମୂଳେ ପୂଜା ଅର୍ଚ୍ଚନା ହେଉଥିଲା । ଜଳନ୍ତାକାଠିରୁ ନିଆଁ ଉଠି ଘର ଚାଳକୁ ବ୍ୟାପିଥିଲା । ଆଖି ପିଛୁଳାକେ ନିଆଁ ଲାଗି ୫ ବଖରା ପୋଡ଼ି ପାଉଁଶ ହୋଇଯାଇଛି । ଫଳରେ ୫ ପରିବାରର ୫ଟି ବଖରା ଜଳିଯାଇଛି । ଆବାସପତ୍ର ସହ ବିଭିନ୍ନ ମୂଲ୍ୟବାନ ଜିନିଷ ପୋଡିଯାଇଥିବା କୁହାଯାଇଛି । ଗାଁର ପୂର୍ଣ୍ଣଚନ୍ଦ୍ର ନାୟକ, ଭଗବାନ ନାୟକ, କାଳିଆ ନାୟକ, ଲୋକନାଥ ନାୟକ ଓ ସାମନାଥ ନାୟକଙ୍କ ଘର ଜଳିଥିବା କୁହାଯାଇଛି । ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି । ସୂଚନା ପାଇ ବେଲଗୁଣ୍ଠା ଓ ଜଗନ୍ନାଥ ପ୍ରସାଦ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିଲେ । ଦୀର୍ଘଦିନ ଧରି ଆବାସ କିମ୍ବା ପକ୍ଲାଘର ଖଣ୍ଡେ ପାଇନଥିବା ଲୋକଙ୍କ ଚାଳଘର ଜଳିଯିବା ଫଳରେ ଏବେ ଭାଲେଣି ପଡ଼ିଛି । ପରିବାର ଲୋକେ ପଡୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି । କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଯୋଗାଇଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି । ଦିପାବଳି ଛୁଟି ଯୋଗୁଁ କୌଣସି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳକୁ ଯାଇନଥିବା କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା