ପ୍ରାଚୀନ ପଥର ତଦାରଖ କଲେ ବିଧାୟକ

ପୁଇଁନ୍ତଳା (ବଡ଼ ଖବର ବ୍ୟୁରୋ): ପୁଇଁନ୍ତଳା ଏବଂ ଲୋଇସିଂହା ସୀମାନ୍ତ ସୁକତେଲ ନଦୀ ଗର୍ଭରୁ ବାହାରୁଛି ପ୍ରାଚୀନ ଯୁଗର କଳାକୃତି ପଥର । ଏସମ୍ପର୍କରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଖବର ପାଇ ନଦୀ ଗର୍ଭକୁ ପରିଦର୍ଶନ କରି ପୁରାତନ ପଥରର ଅନୁଧ୍ୟାନ କରିଛନ୍ତି । ତେବେ ପୁରାତନ ଯୁଗରେ ଏହି ସ୍ଥାନରେ ଏକ ମନ୍ଦିର ରହିଥିଲା ଏବଂ ତାହା ଧୀରେ ଧୀରେ ନଦୀରେ ମିଶି ଯାଇଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏହି ଘଟଣାର ଅଧିକ ତଦନ୍ତ କରାଯିବ ବୋଲି ବିଧାୟକ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ନୀଳମଣି ଗଡ଼ତିଆ ନାମକ ଜଣେ ବୃଦ୍ଧା ନଦୀରେ କଳାକୃତି ପଥର କିଛି ଅଂଶ ଦେଖି ସ୍ଥାନୀୟବାସିନ୍ଦାଙ୍କୁ ଜଣାଇଥିଲେ । ସ୍ଥାନୀୟ ଲୋକେ ନଦୀ ଗର୍ଭରେ ଆସି ବାଲିଖୋଳିବାରୁ ପ୍ରାୟ ୫୪ଟି ପ୍ରାଚୀନ ଯୁଗର କଳାକୃତି ପଥର ଉଦ୍ଧାର କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!