ନୃସଂଶ ସ୍ଵାମୀର ଅମାନୁଷିକ କାଣ୍ଡ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ନୃସଂଶ ସ୍ଵାମୀର ଅମାନୁଷିକ କାଣ୍ଡ । କୋର୍ଟରେ ଛାଡ଼ପତ୍ର ମାମଲା ବିଚାରାଧୀନ ଅବସ୍ଥାରେ ଥିବା ବେଳେ ସ୍ତ୍ରୀକୁ ବୋତଲ ଭୁଶି ହତ୍ୟା ଉଦ୍ୟମ । ସ୍ୱାମୀ ଥାନାରେ ଅଟକ । ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଡାବର ଗ୍ରାମରେ। ଏହି ଗ୍ରାମର କଲ୍ୟାଣୀ ଫାରକ ଗତ ତିନିବର୍ଷ ତଳେ ସେହି ଗ୍ରାମର ବିନୋଦ ଜେନାକୁ ପ୍ରେମ ବିବାହ କରିଥିଲେ। ବିବାହର କିଛିଦିନ ପରେ ସ୍ଵାମୀ ସ୍ତ୍ରୀଙ୍କ ଭିତରେ ମଦ ପିଇବାକୁ ନେଇ ବାରମ୍ବାର କଳିଝଗଡ଼ା ଲାଗୁଥିଲା। ବିନୋଦ ମଧ୍ୟ କଲ୍ୟାଣୀକୁ ମାରଧର କରୁଥିଲା ଯାହାକୁ ନେଇ ପଞ୍ଚାୟତବାସୀ ଦୁହିଁଙ୍କର ବିବାହ ବିଚ୍ଛେଦ ପାଇଁ ସ୍ଥିର କରାଯାଇ ମାନ୍ୟବର କୋର୍ଟରେ ମାମଲା ବିଚାରଧୀନ ଅବସ୍ଥାରେ ରହିଛି ।

ହେଲେ ଗତକାଲି କଲ୍ୟାଣୀ ତା ବାପ ଘରେ ଶୋଇଥିବା ବେଳେ ହଠାତ୍ ତା ସ୍ୱାମୀ ଏକ ଭଙ୍ଗା କାଚ ବୋତଲ ଧରି ଘରେ ପଶି ଜୀବନରୁ ମାରିଦେବା ଉଦ୍ଦେଶ୍ୟ ରଖି କଲ୍ୟାଣଙ୍କ ବେକରେ ବୋତଲ ଭୁଶି ହତ୍ୟା ଉଦ୍ୟମ କରିଥିଲା । ଫଳରେ କଲ୍ୟାଣୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ନିଜ ବାପ ଘରେ ପଡ଼ି ରହିଥିବା ବେଳେ ବିନୋଦ ଘଟଣା ସ୍ଥଳରୁ ଦୌଡ଼ି ପଳାଇ ଯାଇଥିଲା। କଲ୍ୟାଣୀକୁ ପରିବାର ଲୋକଙ୍କ ପକ୍ଷରୁ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ଚିକିତ୍ସା ପରେ କଲ୍ୟାଣୀ ନାଉଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ବିନୋଦ କୁ ଧରି ଥାନାରେ ଅଟକ ରଖିବା ସହ ତଦନ୍ତ ଚାଲୁରହିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’