Masthead

ନୃସଂଶ ସ୍ଵାମୀର ଅମାନୁଷିକ କାଣ୍ଡ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ନୃସଂଶ ସ୍ଵାମୀର ଅମାନୁଷିକ କାଣ୍ଡ । କୋର୍ଟରେ ଛାଡ଼ପତ୍ର ମାମଲା ବିଚାରାଧୀନ ଅବସ୍ଥାରେ ଥିବା ବେଳେ ସ୍ତ୍ରୀକୁ ବୋତଲ ଭୁଶି ହତ୍ୟା ଉଦ୍ୟମ । ସ୍ୱାମୀ ଥାନାରେ ଅଟକ । ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଡାବର ଗ୍ରାମରେ। ଏହି ଗ୍ରାମର କଲ୍ୟାଣୀ ଫାରକ ଗତ ତିନିବର୍ଷ ତଳେ ସେହି ଗ୍ରାମର ବିନୋଦ ଜେନାକୁ ପ୍ରେମ ବିବାହ କରିଥିଲେ। ବିବାହର କିଛିଦିନ ପରେ ସ୍ଵାମୀ ସ୍ତ୍ରୀଙ୍କ ଭିତରେ ମଦ ପିଇବାକୁ ନେଇ ବାରମ୍ବାର କଳିଝଗଡ଼ା ଲାଗୁଥିଲା। ବିନୋଦ ମଧ୍ୟ କଲ୍ୟାଣୀକୁ ମାରଧର କରୁଥିଲା ଯାହାକୁ ନେଇ ପଞ୍ଚାୟତବାସୀ ଦୁହିଁଙ୍କର ବିବାହ ବିଚ୍ଛେଦ ପାଇଁ ସ୍ଥିର କରାଯାଇ ମାନ୍ୟବର କୋର୍ଟରେ ମାମଲା ବିଚାରଧୀନ ଅବସ୍ଥାରେ ରହିଛି ।

ହେଲେ ଗତକାଲି କଲ୍ୟାଣୀ ତା ବାପ ଘରେ ଶୋଇଥିବା ବେଳେ ହଠାତ୍ ତା ସ୍ୱାମୀ ଏକ ଭଙ୍ଗା କାଚ ବୋତଲ ଧରି ଘରେ ପଶି ଜୀବନରୁ ମାରିଦେବା ଉଦ୍ଦେଶ୍ୟ ରଖି କଲ୍ୟାଣଙ୍କ ବେକରେ ବୋତଲ ଭୁଶି ହତ୍ୟା ଉଦ୍ୟମ କରିଥିଲା । ଫଳରେ କଲ୍ୟାଣୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ନିଜ ବାପ ଘରେ ପଡ଼ି ରହିଥିବା ବେଳେ ବିନୋଦ ଘଟଣା ସ୍ଥଳରୁ ଦୌଡ଼ି ପଳାଇ ଯାଇଥିଲା। କଲ୍ୟାଣୀକୁ ପରିବାର ଲୋକଙ୍କ ପକ୍ଷରୁ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ଚିକିତ୍ସା ପରେ କଲ୍ୟାଣୀ ନାଉଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ବିନୋଦ କୁ ଧରି ଥାନାରେ ଅଟକ ରଖିବା ସହ ତଦନ୍ତ ଚାଲୁରହିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ