Masthead

ଓଡ଼ିଶାରୁ ସମ୍ପୂର୍ଣ୍ଣ ମଦ ବନ୍ଦ କରିବା ଦାବିରେ ଗଣ ଧାରଣା, ମହିଳାଙ୍କୁ ଅସମ୍ମାନ କଲେ ଜିଲ୍ଲାପାଳ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଓଡ଼ିଶାରୁ ସମ୍ପୂର୍ଣ୍ଣ ମଦ ବନ୍ଦ କରିବା ଦାବିରେ ଗଣ ଧାରଣା। ମଦ ମୁକ୍ତ ଗାଁ , ମଦ ମୁକ୍ତ ପଞ୍ଚାୟତ, ମଦ ମୁକ୍ତ ଓଡ଼ିଶା ଦାବି ନେଇ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ତରଫରୁ ଧାରଣା। ମଦ ବନ୍ଦ ପାଇଁ ଏକ ସମ୍ମିଳିତ ଦାବିପତ୍ର ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ ଦେବାକୁ ଆସିଥିବା ବେଳେ ଜିଲ୍ଲାପାଳ ମହିଳାମାନଙ୍କୁ ଖରାପ ବ୍ୟବହାର କରିବା ନେଇ ଅଭିଯୋଗ ହୋଇଛି। ପ୍ରତିବାଦରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ମଦ ବନ୍ଦ ପାଇଁ ଦାବିପତ୍ର ଦେବାକୁ ଆସିଥିବା ବେଳେ ମହିଳାମାନଙ୍କୁ ଖରାପ ବ୍ୟବହାର, ବିରକ୍ତି ପ୍ରକାଶ, ମାଆଙ୍କୁ କି ପ୍ରକାର ସମ୍ମାନ ନେଇ ପ୍ରତିବାଦ ଜୋର୍ ଧରିଛି। ଜଣେ ଜିଲ୍ଲାପାଳ କିଭଳି ଭାବରେ ମହିଳାମାନଙ୍କୁ ଅଶାଳୀନ ବ୍ୟବହାର କଲେ ତାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ। ଯେ ପର୍ଯ୍ୟାନ୍ତ ଜିଲ୍ଲାପାଳ ଏ ସମ୍ପର୍କରେ ଆଲୋଚନା ସହିତ କ୍ଷମା ପ୍ରାର୍ଥନା କରି ନାହାନ୍ତି ଆନ୍ଦୋଳନ ତୀବ୍ର ହେବ ବୋଲି କହିଛି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା