Masthead

ପାଟଣାଗଡରେ ବିଜେଡିର ଗୁଣ୍ଡାରାଜ, ସରପଞ୍ଚଙ୍କ ସ୍ୱାମୀଙ୍କୁ ପିଟି କଲେ ଲହୁଲୁହାଣ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ପାଟଣାଗଡରେ ବିଜେଡିର ଗୁଣ୍ଡାରାଜ । ନିର୍ବାଚନ ହାରିବା ପରେ ବି ବିଜେଡିର କମିନି ଗୁଣ୍ଡାଗର୍ଦ୍ଦି । ପୂର୍ବତନ ବିଧାୟକ ସରୋଜ ମେହେରଙ୍କ ସମର୍ଥକ ତଥା ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗଙ୍କ ଦାଦାଗିରି । ବିଡିଓ ଚାମ୍ବରରେ ବିଜେପି କର୍ମୀଙ୍କୁ ନିସ୍ତୁକ ପିଟିଲେ ବ୍ଲକ ଅଧ୍ୟକ୍ଷ । ୧୦/୧୨ ଜଣ ଗୁଣ୍ଡାକୁ ସାଥିରେ ନେଇ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ ବିଡିଓ ଅଫିସରେ ପଶିଥିଲେ । ସେଠାରେ ବିଡିଓ ସହ ଆଲୋଚନା କରୁଥିବା ବେଳେ ସରପଞ୍ଚଙ୍କ ସ୍ଵାମୀ ସ୍ଵରୂପା ଫରୁଆଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ।

ଅଫିସ ଭିତରେ ନିସ୍ତୁକ ମାଡ ମାରିଥିଲେ ବି ତାଙ୍କ ମନ ମାନି ନଥିଲା । ଅଫିସ ଭିତରୁ ପିଟି ପିଟି ବାହାରକୁ ଆଣିଥିଲେ । ବିଧା, ଗୋଇଠା ସହ ଲୁହା ରଡରେ ପିଟି ପିଟି ସରପଞ୍ଚଙ୍କ ସ୍ୱାମୀଙ୍କୁ ଲହୁଲୁହାଣ କରି ଥିଲେ ବ୍ଲକ୍ ଅଧ୍ୟକ୍ଷ ନୀଳକାନ୍ତ ବାଗ । ଘଟଣାରେ ଗୁରୁତର ଆହତ ବିଜେପି କର୍ମୀଙ୍କୁ ପ୍ରଥମେ ପାଟଣାଗଡ ଓ ପରେ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏନେଇ ଥାନାରେ ଅଭିଯୋଗ ହେବା ପରେ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗଙ୍କୁ ବାନ୍ଧିଛି ପୋଲିସ । ହେଲେ କେଉଁ କାରଣରୁ ବିଜେପି କର୍ମୀଙ୍କୁ ବିଜେଡି ବ୍ଲକ୍ ଅଧ୍ୟକ୍ଷ ନୀଳକାନ୍ତ ପିଟିଲେ ଜଣା ପଡିନାହିଁ । କିନ୍ତୁ ନିର୍ବାଚନ ହାରିବା ପରେ ଏବେ ଅଧ୍ୟକ୍ଷ ପଦ ଯିବା ଭୟରେ ଏଭଳି କାଣ୍ଡ ଭିଆଇଥିବା ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ