Masthead

9ଟା ସୁଦ୍ଧା କେଉଁଠୁ କେତେ ପ୍ରତିଶତ ହୋଇଛି ମତଦାନ ?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆରମ୍ଭ ହେଲା ଗଣତନ୍ତ୍ରର ମହାପର୍ବ । ଆଜି ପ୍ରଥମ ପର୍ଯ୍ୟାୟ ମତଦାନ । ୨୧ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଛି ମତଦାନ । ୧୦୨ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି । ସକାଳ ୭ରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ । କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଚାଲିଛି ମତଦାନ । ସକାଳ ୯ଟା ସୁଦ୍ଧା ଅରୁଣାଚଳ ପ୍ରଦେଶ ୬.୪୪ ପ୍ରତିଶତ, ସିକ୍କିମରେ ୭.୯୦ ପ୍ରତିଶତ, ଆଣ୍ଡାମାନ ନିକୋବରରେ ୮.୬୪, ବିହାରରେ ୯.୨୩, ଛତିଶଗଡ଼ରେ ୧୨.୦୨, ଜାମ୍ମୁ କାଶ୍ମୀରରେ ୧୦.୪୩, ଲକ୍ଷାଦ୍ୱୀପରେ ୫.୫୯, ମଧ୍ୟପ୍ରଦେଶରେ ୧୫ ପ୍ରତିଶତ ମତଦାତା ନିଜର ମତଦାନ କରିଛନ୍ତି । ସେହିପରି ମହାରାଷ୍ଟ୍ରରେ ୬.୯୮%, ମଣିପୁର ୧୦.୭୬, ମେଘାଳୟରେ ୧୩.୭୧, ମିଜୋରାମରେ ୧୦.୮୪, ନାଗାଲାଣ୍ଡରେ ୯.୬୬%, ପୁଡୁଚେରୀରେ ୮.୭୮, ରାଜସ୍ଥାନରେ ୧୦.୬୭, ସିକିମରେ ୭.୯୨, ତାମିଲନାଡ଼ୁରେ ୮.୨୧%, ତ୍ରିପୁରାରେ ୧୫.୨୧%, ଉତ୍ତରପ୍ରଦେଶରେ ୧୨.୬୬%, ଉତ୍ତରାଖଣ୍ଡରେ ୧୦.୫୪ ପ୍ରତିଶତ ମତଦାନ ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ୧୬କୋଟି ୬୩ଲକ୍ଷ ଭୋଟର ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି । ୧ଲକ୍ଷ ୮୪ ହଜାର ବୁଥରେ ୧୮ ଲକ୍ଷ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଛତିଶଗଡ଼ରେ ଗୋଟିଏ ଆସନ ପାଇଁ ଆଜି ମତଦାନ ହେଉଛି । ତାମିଲନାଡ଼ୁର ୩୯, ରାଜସ୍ଥାନର ୧୨, ଉତ୍ତରପ୍ରଦେଶର ୮ଟି, ଉଧ୍ୟପ୍ରଦେଶର ୬ଟି, ବିହାରର ୪ଟି, ପଶ୍ଚିମବଙ୍ଗର ୩ଟି, ମହାରାଷ୍ଟ୍ର, ଆସାମ, ଉତ୍ତରାଖଣ୍ଡର ୫ଟି ଲେଖାଏଁ ଆସନରେ ମତଦାନ ହେଉଛି । ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟର ୨ଟି ଲେଖାଏଁ ଆସନରେ ଭୋଟିଂ, ଛତିଶଗଡ଼, ତ୍ରିପୁରା, ମିଜୋରାମ, ନାଗାଲାଣ୍ଡ, ଜାମ୍ମୁକାଶ୍ମୀର, ଆଣ୍ଡାମାନ ନିକୋବର, ଲାକ୍ଷାଦ୍ୱୀପ, ପୁଡୁଚେରୀର ଗୋଟିଏ ଆସନରେ ମତଦାନ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ