Masthead

ଫେରାଇ ଆଣିବାକୁ ପରିବାର ଲୋକଙ୍କ ଆକୁଳ ନିବେଦନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆନନ୍ଦ ପତ୍ରୀ । ଘର ଭଦ୍ରକ, ଧାମନଗର କଲ୍ୟାଣୀ ଗାଁରେ । ପଶ୍ଚିମବଙ୍ଗରେ ଭାରତୀୟ ସେନାରେ ସୈନିକ ଭାବେ ନିଯୁକ୍ତି ପାଇ ୧୯୬୨ ମସିହା ଇଣ୍ଡୋ- ଚାଇନା ଯୁଦ୍ଧରେ ଯୋଗଦାନ କରିଥିଲେ । ଏବେ କିନ୍ତୁ ପାକିସ୍ତାନ ଜେଲରେ ବିତୁଛି ଜୀବନ । ବର୍ଷେ କି ଦୁଇ ବର୍ଷ ନୁହେଁ ପାକିସ୍ତାନ ଜେଲରେ ବିତିଯାଇଛି ପୁରା ଜୀବନ । ଆନନ୍ଦ ପତ୍ରୀଙ୍କୁ ଖୋଜିବା ପାଇଁ ରାତି ଦିନ ଏକ କରିଦେଲେଣି ଆନନ୍ଦଙ୍କ ପରିବାର । ତାଙ୍କ ସମ୍ପର୍କରେ ଜାଣିବା ପାଇଁ ଏବଂ ଜୀବିତ ଥିଲେ ଘରକୁ ଫେରାଇ ଆଣିବା ପାଇଁ ଗୁହାରୀ କରୁଛନ୍ତି ଆନନ୍ଦଙ୍କ ପୁଅ ବିଦ୍ୟାଧର ପତ୍ରୀ ।

୧୯୬୫ ମସିହାରେ ଭାରତ ପାକିସ୍ତାନ ଯୁଦ୍ଧରେ ମଧ୍ୟ ଭାଗ ନେଇଥିଲେ । ହେଲେ ସେହି ଯୁଦ୍ଧରେ ହିଁ ସେ ନିଖୋଜ ହୋଇଯାଇଥିଲେ । ତା ପର ଠାରୁ ତାଙ୍କର କୌଣସି ଖୋଜ ଖବର ମିଳୁନାହିଁ । ହଠାତ ୭ ଫେବୃଆରୀ ୨୦୦୩ରେ ଏକ ଓଡ଼ିଆ ଦୈନିକ ଖବର କାଗଜରେ ପ୍ରକାଶ ପାଇଥିଲା ଜଣେ ବନ୍ଦୀଙ୍କ ଖବର । ଯେଉଁଥିରେ ଆନନ୍ଦ ପତ୍ରୀଙ୍କର ଏକ ଫୋଟ ଚିତ୍ର ପ୍ରକାଶ ହେବା ସହିତ ପାକିସ୍ତାନର ଲାହୋରରେ ଥିବା କୋଟ ଲାକପାଟ କେନ୍ଦ୍ରୀୟ ଜେଲେରେ ଯୁଦ୍ଧବନ୍ଦୀ ଭାବରେ ଥିବା ଖବର ସାମ୍ନାକୁ ଆସିଥିଲା ।

ଏହି ଫଟୋ ଦେଖି ଆନନ୍ଦ ପତ୍ରୀଙ୍କ ପରିବାର ଖୁସି ହୋଇଯାଇଥିଲେ । ତାଙ୍କୁ ପାକିସ୍ତାନ ଜେଲେରୁ ମୁକୁଳେଇବା ପାଇଁ ଚେଷ୍ଟା କରି ଆସୁଛନ୍ତି । ତେବେ ୨୦୦୬ ମସିହା ନଭେମ୍ବର ୧୨ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭାରତ ସରକାରଙ୍କ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ପ୍ରଣବ ମୁଖାର୍ଜୀଙ୍କୁ ଭାରତୀୟ ସେନାର ସୈନିକ ଯୁଦ୍ଧ ବନ୍ଦି ଥିବା ଆନନ୍ଦ ପତ୍ରୀଙ୍କୁ ମୁକ୍ତ କରିବା ପାଇଁ ଏକ ଅନୁରୋଧ ପତ୍ର ପଠାଇ ଥିଲେ । ଏହାପରେ ୨୨ ଡିସେମ୍ବର ୨୦୦୬ ରେ ୱାଘା ସୀମାରେ ପାକିସ୍ତାନ ଆନନ୍ଦ ପତ୍ରୀଙ୍କୁ ଯୁଦ୍ଧ ବନ୍ଦୀ ନୁହେଁ ବରଂ ଭାରତୀୟ ନାଗରିକ ବନ୍ଦି ଭାବେ ଫେରାଇବାକୁ ସୂଚନା ଦେଇଥିଲେ । କାରଣ ଯେନଭା ଚୁକ୍ତି ଅନୁଯାୟୀ କୌଣସି ସୈନିକଙ୍କୁ ୧୨ ବର୍ଷରୁ ଅଧିକ ସମୟ ଧରି ଯୁଦ୍ଧ ବନ୍ଦୀ ଭାବରେ ବନ୍ଦୀ କରି ରଖିବାକୁ ଅନୁମତି ନଥିଲା, ଯାହା ହିଁ ଆନନ୍ଦ ପତ୍ରୀଙ୍କୁ ପାକିସ୍ତାନ ଜେଲରୁ ମୁକ୍ତ ହେବା ପାଇଁ ସମସ୍ୟା ସୃଷ୍ଟି ହେଉଛି ।

୧୯୬୫ ରୁ ୨୦୨୩ ମସିହା ଅର୍ଥାତ ୫୮ ବର୍ଷ ଧରି ଆନନ୍ଦ ପତ୍ରୀ ପାକିସ୍ତାନ ଜେଲେରେ ଅତ୍ୟାଚାର, ମାନସିକ ଯନ୍ତ୍ରଣା ଭିତରେ ଥିବା ଘଟଣା କେବେଳ ପରିବାର କି ଗ୍ରାମବାସୀଙ୍କ ଭିତରେ ନୁହେଁ ପ୍ରତେକ ଟି ଭାରତୀୟଙ୍କୁ ମର୍ମାହାତ କରିଛି । ଏନେଇ ଏକ ପ୍ରେସ ବିବରଣୀରେ ଅନ୍ତର୍ଜାତୀୟ ମାନବାଧିକାର ପରିଷଦ ଓଡ଼ିଶା ଶାଖାର ସମସ୍ତ ସଦସ୍ୟ ଓ ଆନନ୍ଦ ପତ୍ରୀଙ୍କ ପରିବାର, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଭାରତର ପ୍ରଧାନମନ୍ତ୍ରୀ, ମହାମହିମ ରାଷ୍ଟ୍ରପତିଙ୍କୁ ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଦୃଷ୍ଟି ଦେବା ପାଇଁ ଗଣମାଧ୍ୟମ ଜରିଆରେ ନେବେଦନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ