Masthead

ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ ହୋଇଛି। ତାଙ୍କ ଇସ୍ତଫାକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ଏନେଇ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସୁପାରିସ କରାଯାଇଥିଲା। ରାଜ୍ୟ ସରକାରଙ୍କ ସୁପାରିସ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇସ୍ତଫା ଗ୍ରହଣ କରାଯାଇଛି। ଫଳରେ ଜଗମୋହନ ମୀନାଙ୍କ ପଦରୁ ଇସ୍ତଫା ଦେବା ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ସମ୍ପନ୍ନ ହୋଇଛି।

୨୦୧୩ ବ୍ୟାଚର ଆଇପିଏସ ଅଧିକାରୀ ଜଗମୋହନ ମୀନା ୨୦୨୫ ମସିହାରେ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଇଥିଲେ । ଏହା ପୂର୍ବରୁ ସେ ମାଲକାନଗିରି, ଅନୁଗୁଳ ଓ ଗଞ୍ଜାମର ଏସ୍‌ପି ଏବଂ କଟକର ଡିସିପି ଭାବେ କାର୍ୟ୍ୟ କରିଥିଲେ । ଆଇଆଇଟି କାନପୁରରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ B.Tech ଓ M.Tech କରିଥିବା ମୀନା UPSC ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୮୪୯ ରାଙ୍କ୍ ହାସଲ କରିଥିଲେ ।

ଇସ୍ତଫା ନିଷ୍ପତ୍ତିକୁ ନେଇ ଜଗମୋହନ ମୀନା ପୂର୍ବରୁ ନିଜ ପକ୍ଷ ସ୍ପଷ୍ଟ କରିଥିଲେ। ତାଙ୍କ କହିବାନୁସାରେ, ଏହି ନିଷ୍ପତ୍ତି ପଛରେ କୌଣସି ପ୍ରକାରର ରାଜନୈତିକ କିମ୍ବା ବାହ୍ୟ ଚାପ ନଥିଲା। ପରିବାର ସଦସ୍ୟ ଓ ନିକଟ ସମ୍ପର୍କୀୟଙ୍କ ସହ ବିଚାରବିମର୍ଶ କରିବା ପରେ ସେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିବା କହିଥିଲେ। ଏଥିସହ ନିଜ ବ୍ୟକ୍ତିଗତ ଜୀବନ ଓ ଗୋପନୀୟତାକୁ ସମ୍ମାନ ଦେବାକୁ ମୀନା ଅନୁରୋଧ କରିଥିଲେ। ତେବେ ଆଗାମୀ ଦିନରେ ଏହି ପଦରେ କାହାକୁ ଦାୟିତ୍ୱ ଦିଆଯିବ, ସେନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା! 🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା!