ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୧୨ ଦିନରେ ପହଞ୍ଚିଛି ଇରାନ-ଆମେରିକା ଏବଂ ଇସ୍ରାଏଲ ଯୁଦ୍ଧ । ମିଡିଲ୍ ଇଷ୍ଟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଭିତରେ ଭାରତ ଏବଂ ଇରାନ ମଧ୍ୟରେ କୂଟନୈତିକ ଆଲୋଚନା ହୋଇଛି । ଇରାନ ବୈଦେଶିକ ମନ୍ତ୍ରୀ ଅରାଘଚିଙ୍କ ସହ କଥା ହୋଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ଫୋନ୍ରେ ଦୁଇ ଦେଶର ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି ।ଟେଲିଫୋନ କଥାବାର୍ତ୍ତା ପରେ ଭାରତ ବୈଦେଶିକ ମନ୍ତ୍ରୀଙ୍କ ‘ଏକ୍ସ’ରେ ପୋଷ୍ଟ କରି ଏ ବାବଦରେ ସୂଚନା ଦେଇଛନ୍ତି । ଦୁହେଁ ଯୋଗାଯୋଗରେ ରହିବାକୁ ସହମତି ହୋଇଥିବା ଜଣାପଡିଛି । ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମଙ୍ଗଳବାର କାଉଣ୍ଟରପାର୍ଟ ସଦସ୍ୟ ଇରାନ ବୈଦେଶିକ ମନ୍ତ୍ରୀ ଅରାଘଚିଙ୍କ ସହ ପଶ୍ଚିମ ଏସିଆ ସ୍ଥିତି ଉପରେ ଚର୍ଚ୍ଚା କରିଛନ୍ତି ।

ଫେବୃଆରୀ ୨୮ ପରେ ଏହା ଦୁହିଁଙ୍କ ମଧ୍ୟରେ ତୃତୀୟ ଆଲୋଚନା । ଯେବେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରି କରିଥିଲେ । ଏହାପରେ ଇରାନ ଏବଂ ଇସ୍ରାଏଲ ଆମେରିକା ମଧ୍ୟରେ ଲଢେଇ ଜାରି ରହିଛି । ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେବାପରେ ଏକ୍ସରେ ସୂଚନା ଦେଇ ଏସ୍ ଜୟଶଙ୍କର କହିଛନ୍ତି, ଆଜି ଇରାନ ବୈଦେଶିକ ମନ୍ତ୍ରୀ ସୈୟଦ ଅବ୍ବାସ ଅରାଘାଚିଙ୍କ ସହ ଚାଲିଥିବା ବିବାଦ ସଦ୍ୟତମ ଘଟଣାବଳୀ ଉପରେ ବିସ୍ତୃତ ଆଲୋଚନା କରିଛି । ଆମେ ଯୋଗଯୋଗରେ ରହିବାକୁ ରାଜି ହୋଇଛୁ । ଦୁଇ ନେତା ପୂର୍ବରୁ ୨ ଥର କଥା ହୋଇଛନ୍ତି । ପ୍ରଥମେ ଫେବୃଆରୀ ୨୮ ଏବଂ ତାପରେ ମାର୍ଚ୍ଚ ୫ । ଏହା ଦୁଇ ଦେଶର ବୈଦେଶିକମନ୍ତ୍ରୀଙ୍କ ତୃତୀୟ ଆଲୋଚନା ।
ଏହା ସହିତ ଗତକାଲି ଜୟଶଙ୍କର ତାଙ୍କର ଜର୍ମାନୀ ଏବଂ ଦକ୍ଷିଣ କୋରିଆ ପ୍ରତିପକ୍ଷଙ୍କ ସହ ମଧ୍ୟ କଥା ହୋଇଥିଲେ । କାରଣ ନୂଆଦିଲ୍ଲୀ ପଶ୍ଚିମ ଏସିଆ ସଙ୍କଟରୁ ସୃଷ୍ଟି ହୋଇଥିବା ପ୍ରଭାବ । ବିଶେଷକରି ଶକ୍ତି ଯୋଗାଣ ମୁକାବିଲା ପାଇଁ କୂଟନୈତିକ ପ୍ରୟାସ ବୃଦ୍ଧି କରାଯାଇଛି । ଏହା ପୂର୍ବରୁ ଗତକାଲି ସଂସଦରେ ଜୟଶଙ୍କର କହିଥିଲେ, ଏହି ସମୟରେ ନେତୃତ୍ୱ ସ୍ତରରେ ଇରାନ ସହିତ ଯୋଗଯୋଗ କରିବା ସ୍ପଷ୍ଟ ଭାବରେ କଷ୍ଟକର । ପଶ୍ଚିମ ଏସିଆରେ ଯୁଦ୍ଧ ସମୟରେ ଇରାନର ନେତୃତ୍ୱ ସ୍ତରରେ ଥିବା ଲୋକଙ୍କ ସମେତ ଅନେକ ଲୋକ ନିହତ ହୋଇଛନ୍ତି । ସରକାରଙ୍କ ୩ଟି ପ୍ରମୁଖ ବାର୍ତ୍ତା ଉଲ୍ଲେଖ କରିଛନ୍ତି । ଭାରତ ଶାନ୍ତି ଏବଂ ଆଲୋଚନାକୁ ଫେରିବାକୁ ସମର୍ଥନ କରେ । ଭାରତୀୟ ପ୍ରବାସୀମାନଙ୍କ ସୁରକ୍ଷା ପ୍ରାଥମିକତା ଏବଂ ଶକ୍ତି ସୁରକ୍ଷା ସର୍ବୋପରି ହେବ ।
