Masthead

ପିଲା ଚୋରକୁ ଧରିଲେ, ନିସ୍ତୁକ ପିଟିଲେ

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): ଇଟା ଭାଟିରୁ ତିନି ବର୍ଷର ଶିଶୁପୁତ୍ର ନିଖୋଜ ଘଟଣା । ଶିଶୁପୁତ୍ରକୁ ଚାଲାଣ ବେଳେ ଜଣେ ମହିଳାଙ୍କ ସହ ଜଣେ ଯୁବକକୁ ଧରିଲେ ଗ୍ରାମବାସୀ। ଶିଶୁ ପୁତ୍ରର ଦେହରେ ଚେଙ୍କ ଦେବା ସହିତ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଉତ୍ତ୍ୟକ୍ତ ଲୋକ ମହିଳା ଓ ଯୁବକଙ୍କୁ ଗଛ ରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି । ଘଟଣା ସ୍ଥଳେରେ ଜଳେଶ୍ୱର ପୋଲିସ ପହଂଚି ଦୁଇ ଜଣଙ୍କୁ ଅଟକ ରଖି ଅଧିକ ପଚାର ଉଚରା କରୁଛି । ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା କୁଣ୍ଡୁଳି ଗ୍ରାମରେ ଥିବା ଟାଟା ଇଟା ଭାଟିରେ ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଞ୍ଚଳର କାସରାଇ ମାରାଣ୍ଡି ଚଳିତ ବର୍ଷ କାମ କରିବା ପାଇଁ ସ୍ତ୍ରୀ ଓ ଦୁଇ ପୁଅକୁ ନେଇ ଆସିଥିଲେ ।

କିନ୍ତୁ ଗତକାଲି କାସରାଇ ଏବଂ ତାଙ୍କ ସ୍ତ୍ରୀ ଖାଇବାକୁ ବସିଥିବା ବେଳେ ତାଙ୍କ ୩ ବର୍ଷର ବଡ ପୁଅ ହରି ମାରାଣ୍ଡି ଇଟା ଭାଟିରେ ଖେଳୁଥିଲା । ଖାଇ ସାରି କାସରାଇ ପୁଅକୁ ଖୋଜିଲା ବେଳକୁ ପାଇ ନଥିଲେ । ବହୁ ସମୟର ଖୋଜା ଖୋଜି ପରେବି ପୁଅକୁ ପାଇ ନଥିଲେ । ଆଜି କାସରାଇ ରାଇବଣିଆ ଥାନାରେ ପୁଅ ନିଖୋଜର ଅଭିଯୋଗ ପରେ ରାଇବଣିଆ ପୋଲିସ ଓ ଜଳେଶ୍ଵର ଏସଡିପିଅ ଘୋଟଣା ସ୍ଥଳରେ ଇଟା ଭାଟି ସହିତ ବିଭିନ୍ନ ସ୍ଥାନରେ ବିଭିନ୍ନ ଦିଗରୁ ଛାନଭିନ ଆରମ୍ଭ କରିଥିଲା । ହେଲେ ଶିଶୁ ପୁଅକୁ ଅନ୍ୟତ୍ର ଚାଲାଣ ବେଳେ ଧରିଥିଲେ ଗ୍ରାମବାସୀ। ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ