Masthead

ମା’ ପାଦତଳେ ଗଲା ପୁଅର ଜୀବନ

ବାରଣାସୀ(ବଡ଼ ଖବର ବ୍ୟୁରୋ): ମା’ ପାଦ ତଳେ ଗଲା ପୁଅର ଜୀବନ । ଏହିପରି ଦୃଶ୍ୟ ହୃଦୟ ବିଦାରକ। କରୋନା ସଂକ୍ରମଣ ବୃଦ୍ଧି ଦେଶରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଛାରଖାର କରିଦେଇଛି। ଦିନକୁ ଦିନ ବଢ଼ି ଚାଲିଥିବା ସକ୍ରିୟ ମାମଲା ଯୋଗୁଁ ଜଣେ ସଂକ୍ରମିତ ପାଇଁ ତ ରୋଗୀଶଯ୍ୟାର ଅଭାବ ଦେଖାଦେଉଛି। ଏଥିସହିତ ଅନ୍ୟ ଅଣକୋଭିଡ ଗୁରୁତର ରୋଗୀ ମଧ୍ୟ ଜରୁରୀକାଳୀନ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି।

ଉତ୍ତରପ୍ରଦେଶର ବାରଣାସୀରେ ଗତ ସୋମବାର ଜଣେ ଯୁବକ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦଉଡ଼ି ଦଉଡ଼ି ଶେଷରେ ଚିକିତ୍ସା ସୁବିଧା ନପାଇ ଆଖି ବୁଜିବା ଘଟଣା ଆଲୋଡ଼ନ ଆଣିଦେଇଛି। ଦୁଃଖ ସେତିକିରେ ସରିନି। ଶବ ନେବା ପାଇଁ ଆମ୍ବୁଲାନ୍ସ କି ଶବବୁହା ଗାଡ଼ି ନମିଳିବାରୁ ମୃତକଙ୍କ ମାଆ ଏକ ଇ-ରିକ୍ସାରେ ଶବକୁ ନେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଯୌନପୁରର ବିନୟ ସିଂହ କିଡନି ଜନିତ ଜରୁରୀକାଳୀନ ଚିକିତ୍ସା ପାଇଁ ବାରଣାସୀ ଆସିଥିଲେ। ପ୍ରଥମେ ସେ ବିଏଚ୍‌ୟୁ ସରକାରୀ ଡାକ୍ତରଖାନା ଯାଇଥିଲେ ହେଁ ସେଠାରେ ଅଣକୋଭିଡ୍‌ ଶଯ୍ୟା ନଥିବାରୁ ତାଙ୍କୁ ଘରୋଇ ଡାକ୍ତରଖାନା ଯିବାକୁ ପଡ଼ିଥିଲା।

ମାତ୍ର ସେଠାରେ ମଧ୍ୟ ତାଙ୍କୁ ସମଦଶା ଭୋଗିବାକୁ ପଡ଼ିଥିଲା ଏବଂ ନିଜ ମାଆଙ୍କ ଆଖି ଆଗରେ ଚିକିତ୍ସା ଅଭାବରୁ ବିନୟଙ୍କର ଜୀବନ ଯାଇଥିଲା। ଘରକୁ ପୁଅର ଶବକୁ ନେବା ପାଇଁ ମାଆ ଚନ୍ଦ୍ରକଳା ଆମ୍ବୁଲାନ୍ସଟିଏ ଖୋଜିଲେ। ମାତ୍ର ତାହା ବି ମିଳିଲାନି। ଶେଷରେ ଏକ ଇ-ରିକ୍ସାରେ ଶବକୁ ଲଦି ସେ ଘରକୁ ଫେରିଥିଲେ। ସେହି ସମୟର ଏହି ହୃଦୟ ବିଦାରକ ଦୃଶ୍ୟ ଅନେକ ସଚେତନ ନାଗରିକଙ୍କ ମନରେ ଗଭୀର ଆଲୋଡ଼ନ ଆଣିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ