Masthead

ବୌଦ୍ଧର ଗୌରବ କରୁଣାକର

କଣ୍ଟାମାଳ(ବଡ଼ ଖବର ବ୍ୟୁରୋ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ଗାଁରେ ଜନ୍ମ ଗ୍ରହଣ କରିଥିବା ଦାମୋଦର ନନ୍ଦଙ୍କ ପୁଅ ପ୍ରଫେସର ଡ. କରୁଣାକର ନନ୍ଦ ବୌଦ୍ଧ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଆମେରିକାର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରକାଶିତ ଆପ୍ଲାଏଡ ଫିଜିକ୍ସରେ ବିଶ୍ୱର ୨ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ତାଙ୍କର ନାଁ ରହିଛି । ମେଟେରିଆଲ୍ସ ରିସର୍ଚ ସେଣ୍ଟର, ଭାରତୀୟ ବିଜ୍ଞାନ ସଂସ୍ଥାର ଅଧ୍ୟକ୍ଷ ଥିବା ପ୍ରଫେସର ନନ୍ଦ ତାଙ୍କର ପ୍ରାଥମିକ ଶିକ୍ଷା ଖଟଖଟିଆ ଗାଁ ସ୍କୁଲ ଓ ହାଇସ୍କୁଲ ଶିକ୍ଷା ପଲସାଗୋରାରେ ଲାଭ କରିଥିଲେ । ସେହିପରି ସୋନପୁର କଲେଜ ପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ୨୦୦୫ ମସିହାରୁ ବାଙ୍ଗାଲୋର ଭାରତୀୟ ବିଜ୍ଞାନ ସଂସ୍ଥାନରେ କାର୍ଯ୍ୟ କରିଆସୁଥିବା ପ୍ରଫେସର ନନ୍ଦ ୨୦ରୁ ଅଧିକ ପିଏଚ୍ଡି ଛାତ୍ରଛାତ୍ରୀଙ୍କ ଗାଇଡ୍ ଭାବରେ ସୁନାମ ଅର୍ଜନ କରିଛନ୍ତି । ଏହାସହ ୨ଶହରୁ ଅଧିକ ରିସର୍ଚ ପେପର ପ୍ରସ୍ତୁତ କରିଥିବା କରୁଣାକର ନାନୋ ଟେକ୍ନୋଲୋଜି ଓ ମାଟେରିଆଲ୍ସ କ୍ଷେତ୍ରରେ ଦେଶରେ ଜଣେ ଅଗ୍ରଣୀ ବୈଜ୍ଞାନିକ ଭାବେ ପରିଚିତ । ଏଥିପାଇଁ ଦେଶ ସହ ଜାପାନର ଅନେକ ଗବେଷଣା ସଂସ୍ଥା ତାଙ୍କୁ ସମ୍ମାନିତ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ପରିବାର ସହ ବନ୍ଧୁବାନ୍ଧବ ଓ ବୌଦ୍ଧ ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା