ବୌଦ୍ଧର ଗୌରବ କରୁଣାକର

କଣ୍ଟାମାଳ(ବଡ଼ ଖବର ବ୍ୟୁରୋ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ଗାଁରେ ଜନ୍ମ ଗ୍ରହଣ କରିଥିବା ଦାମୋଦର ନନ୍ଦଙ୍କ ପୁଅ ପ୍ରଫେସର ଡ. କରୁଣାକର ନନ୍ଦ ବୌଦ୍ଧ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଆମେରିକାର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରକାଶିତ ଆପ୍ଲାଏଡ ଫିଜିକ୍ସରେ ବିଶ୍ୱର ୨ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ତାଙ୍କର ନାଁ ରହିଛି । ମେଟେରିଆଲ୍ସ ରିସର୍ଚ ସେଣ୍ଟର, ଭାରତୀୟ ବିଜ୍ଞାନ ସଂସ୍ଥାର ଅଧ୍ୟକ୍ଷ ଥିବା ପ୍ରଫେସର ନନ୍ଦ ତାଙ୍କର ପ୍ରାଥମିକ ଶିକ୍ଷା ଖଟଖଟିଆ ଗାଁ ସ୍କୁଲ ଓ ହାଇସ୍କୁଲ ଶିକ୍ଷା ପଲସାଗୋରାରେ ଲାଭ କରିଥିଲେ । ସେହିପରି ସୋନପୁର କଲେଜ ପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ୨୦୦୫ ମସିହାରୁ ବାଙ୍ଗାଲୋର ଭାରତୀୟ ବିଜ୍ଞାନ ସଂସ୍ଥାନରେ କାର୍ଯ୍ୟ କରିଆସୁଥିବା ପ୍ରଫେସର ନନ୍ଦ ୨୦ରୁ ଅଧିକ ପିଏଚ୍ଡି ଛାତ୍ରଛାତ୍ରୀଙ୍କ ଗାଇଡ୍ ଭାବରେ ସୁନାମ ଅର୍ଜନ କରିଛନ୍ତି । ଏହାସହ ୨ଶହରୁ ଅଧିକ ରିସର୍ଚ ପେପର ପ୍ରସ୍ତୁତ କରିଥିବା କରୁଣାକର ନାନୋ ଟେକ୍ନୋଲୋଜି ଓ ମାଟେରିଆଲ୍ସ କ୍ଷେତ୍ରରେ ଦେଶରେ ଜଣେ ଅଗ୍ରଣୀ ବୈଜ୍ଞାନିକ ଭାବେ ପରିଚିତ । ଏଥିପାଇଁ ଦେଶ ସହ ଜାପାନର ଅନେକ ଗବେଷଣା ସଂସ୍ଥା ତାଙ୍କୁ ସମ୍ମାନିତ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ପରିବାର ସହ ବନ୍ଧୁବାନ୍ଧବ ଓ ବୌଦ୍ଧ ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ