Masthead

ଯାତକଙ୍କ ଜାତକରେ ନାହିଁ ସରକାରୀ ସହାୟତା

ଛେଣ୍ଡିପଦା (ବଡ଼ ଖବର ବ୍ୟୁରୋ): ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଶିମିଳିପାଳ ପଞ୍ଚାୟତ ଚରାକାନି ଗାଁର ୭୦ ବର୍ଷୀୟା ବିଧବା ମହିଳା ଯାତକ ଚନ୍ଦନ । ଯାତକ ଗରିବ ଅସହାୟ ହୋଇଥିଲେ ସୁଦ୍ଧା ସରକାରୀ ସହାୟତା ତାଙ୍କ ଲାଗି ସାତସପନ । ଭଙ୍ଗା ଦଦରା ଘରେ ଭାଗ୍ୟକୁ ଆଦରି ଭଗବାନଙ୍କ ଭରସାରେ ଏକାକୀ ଜୀବନ କାଟୁଛନ୍ତି ଯାତକ । ଝାଟିମାଟି ଚାଳଛପର ଘର କେତେ ବେଳେ ଯେ ଭାଙ୍ଗିଯିବ କହିହେଉ ନାହିଁ । ଘରେ ଦିନରେ ଖରା ଆଉ ରାତିରେ ତାରା ଦିଶୁଛି । ସବୁବେଳେ ରହୁଛି ସାପର ଭୟ । ଆବାସ ଯୋଜନାରେ ପକ୍କାଘର ଖଣ୍ଡେ ଲାଗି ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜନେତାଙ୍କୁ ଗୁହାରି କରିଥିଲେ ସୁଦ୍ଧା ଫଳାଫଳ ଶୂନ ।

ଦୀର୍ଘଦିନ ହେବ ଦିବ୍ୟାଙ୍ଗ ସ୍ୱାମୀ ଦିବାକରଙ୍କ ମୃତ୍ୟୁ ହୋଇଛି । ଧାର ଉଦ୍ଧାର କରି ସ୍ୱାମୀଙ୍କ ଶୁଦ୍ଧିକ୍ରିୟା କରିଥିଲେ ସୁଦ୍ଧା ଏଯାବତ ହରିଶ୍ଚନ୍ଦ୍ର ଯୋଜନାରେ ଯାତକଙ୍କୁ ମିଳିନାହିଁ ଟଙ୍କା । ଛେଳି ଚରାଇ ଋଣ ପରିଶୋଧ କରିଛନ୍ତି ଯାତକ । ସରକାରୀ ଯୋଜନା କହିଲେ ମାସକୁ ମାତ୍ର ୫କେଜି ଚାଉଳ ମିଳୁଛି । ସରକାରୀ ସହାୟତା ତାଙ୍କ ଲାଗି ସାତସପନ । ବିଧବା ଭତ୍ତା ଓ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି ସେ । ଆବାସ ଯୋଜନାରେ ପକ୍କାଘର ଖଣ୍ଡେ ଲାଗି ନିବେଦନ କରିଥିଲେ ସୁଦ୍ଧା ଫଳାଫଳ ଶୂନ । କୋଇଲା ଖଣି ଅଧିଗ୍ରହଣ ଅଞ୍ଚଳ ହୋଇଥିବାରୁ ଆବାସ ଯୋଜନାରେ ପକ୍କାଘର ଖଣ୍ଡେ ମିଳୁନାହିଁ । ଯାହାକୁ ନେଇ ସ୍ଥାନୀୟ ଲୋକେ କହୁଛନ୍ତି ସତରେ କଣ ଯାତକଙ୍କ ଜାତକରେ ନାହିଁ ସରକାରୀ ସହାୟତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ