Masthead

ଯାତକଙ୍କ ଜାତକରେ ନାହିଁ ସରକାରୀ ସହାୟତା

ଛେଣ୍ଡିପଦା (ବଡ଼ ଖବର ବ୍ୟୁରୋ): ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଶିମିଳିପାଳ ପଞ୍ଚାୟତ ଚରାକାନି ଗାଁର ୭୦ ବର୍ଷୀୟା ବିଧବା ମହିଳା ଯାତକ ଚନ୍ଦନ । ଯାତକ ଗରିବ ଅସହାୟ ହୋଇଥିଲେ ସୁଦ୍ଧା ସରକାରୀ ସହାୟତା ତାଙ୍କ ଲାଗି ସାତସପନ । ଭଙ୍ଗା ଦଦରା ଘରେ ଭାଗ୍ୟକୁ ଆଦରି ଭଗବାନଙ୍କ ଭରସାରେ ଏକାକୀ ଜୀବନ କାଟୁଛନ୍ତି ଯାତକ । ଝାଟିମାଟି ଚାଳଛପର ଘର କେତେ ବେଳେ ଯେ ଭାଙ୍ଗିଯିବ କହିହେଉ ନାହିଁ । ଘରେ ଦିନରେ ଖରା ଆଉ ରାତିରେ ତାରା ଦିଶୁଛି । ସବୁବେଳେ ରହୁଛି ସାପର ଭୟ । ଆବାସ ଯୋଜନାରେ ପକ୍କାଘର ଖଣ୍ଡେ ଲାଗି ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜନେତାଙ୍କୁ ଗୁହାରି କରିଥିଲେ ସୁଦ୍ଧା ଫଳାଫଳ ଶୂନ ।

ଦୀର୍ଘଦିନ ହେବ ଦିବ୍ୟାଙ୍ଗ ସ୍ୱାମୀ ଦିବାକରଙ୍କ ମୃତ୍ୟୁ ହୋଇଛି । ଧାର ଉଦ୍ଧାର କରି ସ୍ୱାମୀଙ୍କ ଶୁଦ୍ଧିକ୍ରିୟା କରିଥିଲେ ସୁଦ୍ଧା ଏଯାବତ ହରିଶ୍ଚନ୍ଦ୍ର ଯୋଜନାରେ ଯାତକଙ୍କୁ ମିଳିନାହିଁ ଟଙ୍କା । ଛେଳି ଚରାଇ ଋଣ ପରିଶୋଧ କରିଛନ୍ତି ଯାତକ । ସରକାରୀ ଯୋଜନା କହିଲେ ମାସକୁ ମାତ୍ର ୫କେଜି ଚାଉଳ ମିଳୁଛି । ସରକାରୀ ସହାୟତା ତାଙ୍କ ଲାଗି ସାତସପନ । ବିଧବା ଭତ୍ତା ଓ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି ସେ । ଆବାସ ଯୋଜନାରେ ପକ୍କାଘର ଖଣ୍ଡେ ଲାଗି ନିବେଦନ କରିଥିଲେ ସୁଦ୍ଧା ଫଳାଫଳ ଶୂନ । କୋଇଲା ଖଣି ଅଧିଗ୍ରହଣ ଅଞ୍ଚଳ ହୋଇଥିବାରୁ ଆବାସ ଯୋଜନାରେ ପକ୍କାଘର ଖଣ୍ଡେ ମିଳୁନାହିଁ । ଯାହାକୁ ନେଇ ସ୍ଥାନୀୟ ଲୋକେ କହୁଛନ୍ତି ସତରେ କଣ ଯାତକଙ୍କ ଜାତକରେ ନାହିଁ ସରକାରୀ ସହାୟତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା