Masthead

ଆବାସ ଯୋଜନା ପାଲଟିଛି ସାତସପନ, ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଯୋଗ୍ୟ ହିତାଧିକାରୀ, ହେଲେ ଆବାସ ଯୋଜନା ପାଲଟିଛି ସାତ ସପନ । ଭଙ୍ଗା ଘରେ ଭବିଷ୍ୟତ ଗଢୁଛନ୍ତି ଦୁଇ ପୁଅ । ସରକାରଙ୍କ ମାଳ ମାଳ ଯୋଜନା । ପୂର୍ବରୁ ଯୋଗ୍ୟ ହିତାଧିକାରୀମାନଙ୍କୁ ଆବାସ ଗୃହ ମିଳିବା ପାଇଁ ସର୍ଭେ ପରେ ସର୍ଭେ କରାଯାଇ ଯୋଗ୍ୟ ତାଲିକା ପ୍ରସ୍ତୁତ କରାଗଲା। କିନ୍ତୁ ଚିହ୍ନଟ ପ୍ରକ୍ରିୟାରେ ବଳି ପଡିଗଲେ ଯୋଗ୍ୟ ହିତାଧିକାରୀ ଏମିତି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ ତୋଟାପଡା ପଞ୍ଚାୟତରେ ।

ପଂଚାୟତର ଗଙ୍ଗାଧରପୁର ପାଟଣା ଗ୍ରାମରେ ନିରଞ୍ଜନ ନାୟକ ଜଣେ ଦିନ ମଜୁରିଆ ହୋଇଥିଲେ ମଧ୍ୟ ଯୋଗ୍ୟ ତାଲିକାରୁ ସେ ବାଦ ପଡିଥିବା ଦେଖିବାକୁ ମିଳିଛି। ଥିଲା ବାଲାଙ୍କୁ ଘର ମିଳୁଥିବା ବେଳେ ଅଯୋଗ୍ୟ ମାନେ ବଡ଼ ବଡିଆ ମାନଙ୍କୁ ଟଙ୍କାଦେଇ ହାତେଇ ନେଉଛନ୍ତି ଘର। ଏଥିରୁ ବାଦ ପଡିଛନ୍ତି ଗଙ୍ଗାଧରପୁର ପାଟଣ ନିରଞ୍ଜନ ନାୟକ । ପରିବାର କହିଲେ ୪ପ୍ରାଣୀ କୁଟୁମ୍ବକୁ ନେଇ ନିରଞ୍ଜନ ପରିବାର ।

ନିରଞ୍ଜନ ଜଣେ ଦିନ ମଜୁରିଆ ହୋଇ ଥିବାରୁ ପିଲାମାନଙ୍କୁ ଉଚ୍ଚ ଶିକ୍ଷିତ କରିବା ପାଇଁ ଅର୍ଥ ବାଧକ ସାଜିଛି । ଚାରିପ୍ରାଣୀ କୁଟୁମ୍ବ ଚଳାଇବା ତାଙ୍କ ପାଇଁ ପ୍ରତ୍ୟେକ ଦିନ ପର ଘରେ ମୁଲ ଲାଗିବାକୁ ପଡେ। ସେଥିରେ ମୁଣ୍ଡ ଗୁଞିବା ପାଇଁ ସରକାରଙ୍କ ଆବାସ ଗୃହ ଲୁଚକାଳି ଖେଳୁଛି। ଗୋଟିଏ ଭଙ୍ଗା ଘରେ ବିତୁଛି ୪ପ୍ରାଣୀଙ୍କ ଜୀବନ । ଅସରାଏ ବର୍ଷା ହେଲେ ଘର ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି ଲହଡ଼ି ମାରୁଥିବା ବେଳେ ରାତିସାରା ପୁରା ପରିବାରକୁ ଅନିଦ୍ରା ରହିବାକୁ ପଡେ। ଏହି ଘର ଭିତରକୁ କୃତ୍ରିମ ଆଲୁଅ ବଦଳରେ ପ୍ରାକୃତିକ ଆଲୋକ ଜହ୍ନ ଏବଂ ସୂର୍ୟ୍ୟ ଲୁଚକାଳି ଖେଳନ୍ତି।

ସରକାରଙ୍କ ସୁବିଧା କହିଲେ କେବଳ ୫କେଜି ଚାଉଳରେ ସୀମିତ। କେତେ ଆଶା କରିଥିଲେ ଏଥର ଘରଟେ ମିଳିବ। ହେଲେ ପରି ତାପର ବିଷୟ ଆବାସ ପାଇଁ ପ୍ରକାଶ ପାଇଥିବା ତାଲିକାରେ ତାଙ୍କ ନା ନଥିବା ଦେଖି ଭାଙ୍ଗି ପିଡିଛନ୍ତି ନିରଞ୍ଜନ। ପଞ୍ଚାୟତ ଠାରୁ ବ୍ଲକ ପ୍ରସାସନ ପର୍ୟ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବା କହିଛନ୍ତି ନିରଞ୍ଜନ। ସରକାର ଏନେଇ ତଦନ୍ତ କରି ଏହି ପରିବାର କୁ ଘର ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ଅଂଚଳବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା