Masthead

‘ଭାବବିହ୍ୱଳ ହୋଇ ସ୍ୱର୍ଗଦ୍ୱାର ଯାଇଥିଲି’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ପଞ୍ଚଭୂତରେ ଲୀନହୋଇ ସାରିଲେଣି । ସ୍ୱର୍ଗଦ୍ୱାରରେ ଜଳିଥିଲା ତାଙ୍କ ଚିତା । ସେତେବେଳେ ସେଠାରେ ଉପସ୍ଥିତ ଥିବା ମନ୍ତ୍ରୀ ଓ ବିଧାୟକ କୋଭିଡ୍ ନିୟମ ଉଲଘଂନ କରିଥିବା ଅଭିଯୋଗ ଉଠିଥିଲା । ଖାଲି ଏହି ୨ ନେତା ନୁହନ୍ତି ସେଠାରେ ଉପସ୍ଥିତ ଥିବା ଅନ୍ୟମାନ ମଧ୍ୟ କୋଭିଡ୍ ନିୟମ ଉଲଘଂନ କରିଥିଲେ । ଏମାନଙ୍କ ମଧ୍ୟରୁ ସତ୍ୟବାଦୀର ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ ମୁହଁ ଖୋଲିଛନ୍ତି । ସେ କ୍ଷମା ମାଗିଛନ୍ତି । ସେ କରିଥିବା ଭୁଲ ପାଇଁ ରାଜ୍ୟବାସୀଙ୍କ ପାଖରେ କ୍ଷମା ମାଗିଛନ୍ତି । ଆଇନତଃ ତାଙ୍କ ପ୍ରତି ଯେଉଁ ପଦକ୍ଷେପ ଗ୍ରହଣ କରାଯିବ ସେ ମୁଣ୍ଡପାତି ମାନିନେବେ ବୋଲି ସ୍ପଷ୍ଟ କରିଛନ୍ତି । ଆଇନ୍ ଉଦ୍ଧ୍ୱର୍ରେ କେହି ନୁହଁନ୍ତି ବୋଲି ବିଧାୟକ ସାମନ୍ତରାୟ କହିଛନ୍ତି । କରୋନାରେ ସଂକ୍ରମିତ ଥାଇ ସ୍ୱର୍ଗଦ୍ୱାର ଯିବା ତାଙ୍କ ପାଇଁ ସମ୍ପୂର୍ଣ୍ଣ ଭୁଲ୍ ଥିଲା । ମହାରଥୀଙ୍କ ବିୟୋଗରେ ଭାବବିହ୍ୱଳ ହୋଇ ସ୍ୱର୍ଗଦ୍ୱାର ଯାଇଥିଲେ ବୋଲି ସେ କହିଛନ୍ତି ।

କୋଭିଡରେ ସଂକ୍ରମିତ ହୋଇ ବିଧାୟକ ସାମନ୍ତରାୟ ଓ ମନ୍ତ୍ରୀ ସମୀରରଞ୍ଜନ ଦାସ ମହାରଥୀଙ୍କ ଶେଷକୃତ୍ୟ ବେଳେ ସ୍ୱର୍ଗଦ୍ୱାରରେ ଉପସ୍ଥିତ ଥିଲେ । କରୋନା ନିୟମ ଉଲଘଂନ କରିଥିବା ଅଭିଯୋଗରେ ଏହି ଦୁଇ ନେତାଙ୍କ ବିରୋଧରେ ପୁରୀ ସମୁଦ୍ରକୂଳ ଥାନାରେ ଏଫଆଇଆର ରୁଜୁ ହୋଇଥିଲା । ଜଗନ୍ନାଥ ସେନା ପକ୍ଷରୁ ଏଫଆଇଆର ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ