Masthead

ଜଟଣୀ ମୁନିସିପାଲିଟି ଦୁର୍ନୀତିର ତଦନ୍ତ ପାଇଁ ଗଠନ ହେଲା ଅନୁସନ୍ଧାନକାରୀ କମିଟି

ଜଟଣୀ (ବଡ଼ ଖବର ବ୍ୟୁରୋ): ଜଟଣୀ ମୁନିସିପାଲିଟି ଦୁର୍ନିତୀର ତଦନ୍ତ ପାଇଁ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ଦିଆଯାଇଥିବା ଅନୁଦାନର ବ୍ୟାପକ ଅପବ୍ୟୟ ଓ ଦୁର୍ନୀତି ସଂପର୍କରେ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ରାଜ୍ୟ କମିଟି ନିକଟରେ ବହୁ ଅଭିଯୋଗ ପହଁଚିବା ପରେ ଏହି ଦୁର୍ନୀତିର ତଦନ୍ତ କରିବାକୁ ସଂଗଠନ ପକ୍ଷରୁ ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କରାଯାଇଛି । ଏହି କମିଟିରେ ରାଜ୍ୟ ସାଧାରଣ ସଂପାଦକ ତଥା ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ସୁବାଶ ଦାସ ଓ ବରିଷ୍ଠ ଆଇନଜୀବୀ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ନେତୃତ୍ୱ ଏକ ତଥ୍ୟ ଅନୁସନ୍ଧାନକରୀ କମିଟି ଗଠନ କରାଯାଇଛି ।

ଏହି କମିଟି ଖୁବଶୀଘ୍ର ଜଟଣୀ ମୁନିସିପାଲିଟି ଅଞ୍ଚଳ ଗ୍ରସ୍ତକରି ମୁନିସିପାଲିଟିରେ ହୋଇଥିବା କୋଟିକୋଟି ଟଙ୍କର ଦୁର୍ନୀତି ସଂପର୍କରେ ତଦନ୍ତ କରିବା ସଙ୍ଗେ ସଙ୍ଗେ ରାଜ୍ୟ କମିଟି ନିକଟରେ ରିପୋର୍ଟ ଦାଖଲ କରିବେ । ଖୋର୍ଦ୍ଧା ଜିଲ୍ଲାର ଆବାହକ ଆଇନଜୀବୀ ପ୍ରଶାନ୍ତ ନାୟକଙ୍କୁ ଏହିକିମିଟିର ଆବାହାକ ରୂପେ ନିଯୁକ୍ତି କରାଯାଇଛି । ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ରାଜ୍ୟ ଆବାହକ ବରିଷ୍ଠ ଆଇନଜୀବୀ ସୁବ୍ରତ କୁମାର ନନ୍ଦ ଏକ ପ୍ରେସ୍ ବିବୃତ୍ତିରେ ଏହା ପ୍ରକାଶ କରିଛନ୍ତି । ରାଜ୍ୟ କମିଟିର ତଥ୍ୟ ଅନୁସନ୍ଧାନକାରୀ କମିଟି ଜଟଣୀ ଅ ଳ ପରିଦର୍ଶନ ପୂର୍ବରୁ ଏ ସଂପର୍କରେ ଜନସାଧାରଣଙ୍କୁ ବିଜ୍ଞପ୍ତି ମାଧ୍ୟରେ ଜଣାଇଦିଆଯିବ । ଜଟଣୀ ମୁନିସିପାଲିଟି ଦୁର୍ନିତୀ ସଂପର୍କରେ କମିଟିର ଗ୍ରସ୍ତ ସମୟରେ ତଥ୍ୟ ପ୍ରଦାନ କରିବାକୁ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ