Masthead

ଇଏ ଭାରତୀୟ ଯବାନ..୫୦ଡିଗ୍ରୀ ବି ଫରକ ପଡୁନି

ରାଜସ୍ଥାନ (ବଡ଼ ଖବର ବ୍ୟୁରୋ): ରାଜସ୍ଥାନରେ ସୂର୍ଯ୍ୟଙ୍କ ରୌଦ୍ର ତାପ । ଚାରିଆଡ଼େ ଶୂନଶାନ । ଖାଲି ତତଲା ମରୂ ବାଲି । ଲୋକମାନେ ଘର ବାହାରିବା ପାଇଁ ଭୟ କରୁଛନ୍ତି । ସକାଳ ୮ଟାରୁ ଘର ଦରୱାଜା ବନ୍ଦ । କିନ୍ତୁ ପ୍ରକୃତିର ରୌଦ୍ର ରୂପ ମଧ୍ୟ ଭାଙ୍ଗିପାରିନି ଯବାନଙ୍କ ସାହସ । ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଟଳମଳ ହୋଇନି ଯବାନଙ୍କ ପାଦ। ଦେଶର ସେବା ପାଇଁ ସୀମାରେ ଅହରହ ଚାଲିଛି ପାଟ୍ରୋଲିଂ। ପ୍ରଚଣ୍ଡ ଖରାରେ ଡ୍ୟୁଟି କରୁଛନ୍ତି ଭାରତର ବିଏସ୍ଏଫ ଯବାନ। ୫୫ ଡିଗ୍ରୀ ତାତିରେ ଭାରତ-ପାକିସ୍ତାନ ସୀମା ଜଗିଛନ୍ତି । ବନ୍ଧୁକ ଧରି ଓଟ ପିଠିରେ ବସି ଯବାନମାନେ ପାଟ୍ରୋଲିଂ କରୁଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି ।

ପ୍ରବଳ ଖରା ହେଉଥିବାରୁ ପିଇବା ପାଇଁ ମାଠିଆରେ ପାଣି ରଖିଛନ୍ତି । ରାଜସ୍ଥାନ ମରୁଭୁମୀରେ ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇ ସୁରକ୍ଷା ଯୋଗାଉଛନ୍ତି ବିଏସଏଫ ଯବାନ । ଭାରତ-ପାକିସ୍ତାନ ସୀମାରୁ ଆସିଥିବା ଏହି ଦୃଶ୍ୟକୁ ନେଇ ଯବାନଙ୍କୁ ପ୍ରଶଂସା କରିଛନ୍ତି ଲୋକେ । ଗତକାଲି ପ୍ରଚଣ୍ଡ ଖରା ଯୋଗୁଁ ରାଜସ୍ଥାନ ଜୈସଲମେରରେ ବିଏସଏଫ କନଷ୍ଟେବଳ ଅଜୟ କୁମାରଙ୍କ ମୃତ୍ୟୁ ହୋଇଥିଲା । ଅଜୟଙ୍କ ଘର ପଶ୍ଚିମବଙ୍ଗରେ । ହଠାତ୍ ସେ ଅସୁସ୍ଥ ହୋଇପଡିଥିଲେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା