ଇଏ ଭାରତୀୟ ଯବାନ..୫୦ଡିଗ୍ରୀ ବି ଫରକ ପଡୁନି

ରାଜସ୍ଥାନ (ବଡ଼ ଖବର ବ୍ୟୁରୋ): ରାଜସ୍ଥାନରେ ସୂର୍ଯ୍ୟଙ୍କ ରୌଦ୍ର ତାପ । ଚାରିଆଡ଼େ ଶୂନଶାନ । ଖାଲି ତତଲା ମରୂ ବାଲି । ଲୋକମାନେ ଘର ବାହାରିବା ପାଇଁ ଭୟ କରୁଛନ୍ତି । ସକାଳ ୮ଟାରୁ ଘର ଦରୱାଜା ବନ୍ଦ । କିନ୍ତୁ ପ୍ରକୃତିର ରୌଦ୍ର ରୂପ ମଧ୍ୟ ଭାଙ୍ଗିପାରିନି ଯବାନଙ୍କ ସାହସ । ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଟଳମଳ ହୋଇନି ଯବାନଙ୍କ ପାଦ। ଦେଶର ସେବା ପାଇଁ ସୀମାରେ ଅହରହ ଚାଲିଛି ପାଟ୍ରୋଲିଂ। ପ୍ରଚଣ୍ଡ ଖରାରେ ଡ୍ୟୁଟି କରୁଛନ୍ତି ଭାରତର ବିଏସ୍ଏଫ ଯବାନ। ୫୫ ଡିଗ୍ରୀ ତାତିରେ ଭାରତ-ପାକିସ୍ତାନ ସୀମା ଜଗିଛନ୍ତି । ବନ୍ଧୁକ ଧରି ଓଟ ପିଠିରେ ବସି ଯବାନମାନେ ପାଟ୍ରୋଲିଂ କରୁଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି ।

ପ୍ରବଳ ଖରା ହେଉଥିବାରୁ ପିଇବା ପାଇଁ ମାଠିଆରେ ପାଣି ରଖିଛନ୍ତି । ରାଜସ୍ଥାନ ମରୁଭୁମୀରେ ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇ ସୁରକ୍ଷା ଯୋଗାଉଛନ୍ତି ବିଏସଏଫ ଯବାନ । ଭାରତ-ପାକିସ୍ତାନ ସୀମାରୁ ଆସିଥିବା ଏହି ଦୃଶ୍ୟକୁ ନେଇ ଯବାନଙ୍କୁ ପ୍ରଶଂସା କରିଛନ୍ତି ଲୋକେ । ଗତକାଲି ପ୍ରଚଣ୍ଡ ଖରା ଯୋଗୁଁ ରାଜସ୍ଥାନ ଜୈସଲମେରରେ ବିଏସଏଫ କନଷ୍ଟେବଳ ଅଜୟ କୁମାରଙ୍କ ମୃତ୍ୟୁ ହୋଇଥିଲା । ଅଜୟଙ୍କ ଘର ପଶ୍ଚିମବଙ୍ଗରେ । ହଠାତ୍ ସେ ଅସୁସ୍ଥ ହୋଇପଡିଥିଲେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’