Masthead

ଆସନ୍ତା ୧୦ରେ ଜଣେ ଓଡ଼ିଆ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ: ଧର୍ମେନ୍ଦ୍ର ପ୍ରଧାନ

ଯାଜପୁର (ବଡ଼ ଖବର ବ୍ୟୁରୋ): ପୁଣି ବିଜେଡିକୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବଡଚଣାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଅମର ଶତପଥୀଙ୍କ ସହ ଧୋକା କରିଛି ବିଜେଡି । ଏହାସହ ବଡଚଣା ଓ ଓଡ଼ିଶାବାସୀଙ୍କ ସ୍ୱାଭିମାନ ସହ ଧୋକା କରିଛି ବିଜେଡି । ବିଜେଡିର ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେଲେ ତାଙ୍କ ପ୍ରଧାନମନ୍ତ୍ରୀ କିଏ ହେବ? ଗୁମାସ୍ତା ଓ କ୍ରୀତଦାସ ପ୍ରସଙ୍ଗ ଉଠାଇ ବିଜେଡିକୁ ଟାର୍ଗେଟ କରିବା ସହ କହିଛନ୍ତି, ଏମାନଙ୍କର ସ୍ଥାନ ଜେଲରେ । ଓଡ଼ିଶାକୁ ନିଜ ଜାଗିର ବୋଲି ଭାବୁଛନ୍ତି । ବଡଚଣାରେ ଜଳସେଚନ, ପାନୀୟ ଜଳ , ଶିକ୍ଷା, ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ୩୨୦ଟି ଡାକ୍ତରୀ ପଦବୀ ୧୪୦ ପଦବୀ ଫାଙ୍କା ।

ବିଏସକେୱାଇ ନାଁରେ ଘରୋଇ ହସ୍ପିଟାଲ ସହ ମିଶି ଟଙ୍କା ଲୁଟ୍ କରୁଛନ୍ତି । ବିଭିନ୍ନ ସରକାରୀ ବିଭାଗରେ ପଦବୀ ଫାଙ୍କା ପଡିଛି । ଯାଜପୁର ଜିଲ୍ଲାର ୧୪ଟି ଗ୍ରାମ ପଞ୍ଚାୟତରେ ସ୍କୁଲ ନାହିଁ । ୫୦ ଭାଗ ପିଲା ମାଟ୍ରିକ ପରୀକ୍ଷା ଦେଉନାହାନ୍ତି । ୨୪ ବର୍ଷ ଶାସନର ଏହା ହେଉଛି ଉପଲବ୍ଧି । ନଗଡା, ଅପପୁଷ୍ଟି ଓ ଅନାହାର ଏହିଠାରେ ହିଁ ଅଛି । ଯାଜପୁରର ଯୁବବର୍ଗ ଦାଦନ ଖଟିବାକୁ ଯାଉଛନ୍ତି । ଏହା ହିଁ ୨୪ ବର୍ଷ ସରକାରର ପାରିବା ପଣିଆ । ଏଠାରେ ନେତାଙ୍କୁ ଭଡାରେ ଅଣାଯାଉଛି । ଓଡ଼ିଶାର ନେତା ଓଡ଼ିଆ ହେବେ, ବାହାର ଲୋକ ନୁହେଁ । ଆସନ୍ତା ୧୦ ତାରିଖରେ ଜଣେ ଓଡ଼ିଆ ହିଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି