Masthead

ବାପାଙ୍କୁ ଦେଖିବାକୁ ଆସିନଥିଲେ ଆଉ ଏବେ ଭୋଟ ପାଇଁ…

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଉପ ନିର୍ବାଚନ ପାଇଁ କମ୍ପୁଛି ନୂଆପଡା । ହେବି ୱେଟ୍‌ଙ୍କ ପ୍ରଚାର ଭିତରେ ବଢ଼ିବାରେ ଲାଗିଛି ଆରୋପ, ପ୍ରତିଆରୋପ । ଏହାରି ଭିତରେ ସକାଳୁ ସକାଳୁ ସାମ୍ବାଦିକ ସମ୍ମିଳନୀ କରି ନବୀନ ପଟ୍ଟନାୟକଙ୍କ କଟାକ୍ଷର ଜବାବ ରଖିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । କହିଛନ୍ତି, ରାଜେନ୍ଦ୍ର ଢୋଲକିଆ ମେଡିକାଲରେ ଥିଲା ବେଳେ ଆସିନଥିଲେ ନବୀନ। ଏବେ ଭୋଟ୍ ପାଇଁ ଆସିଛନ୍ତି ନୂଆପଡ଼ା। ଆଜି କିଛି ଏଭଳି ଭାବେ ସିଧା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି ଜୟ ଢୋଲକିଆ।

ଗତକାଲି ନୂଆପଡ଼ାରେ ନିର୍ବାଚନୀ ପ୍ରଚାର ପାଇଁ ଯାଇଥିବା ବେଳେ ନବୀନ ବିଜେପିକୁ ସମାଲୋଚନା କରିବା ସହ ଜୟଙ୍କୁ ନିଶାନା କରିଥିଲେ। ପ୍ରାର୍ଥୀ ଚୋରି କରିଥିବା ଅଭିଯୋଗ କରିଥିଲେ। ଯାହାର ଜବାବ ଦେବା ସହ ନବୀନଙ୍କ ଉପରେ ପାଲଟା ଅଭିଯୋଗ ଲଗାଇଛନ୍ତି ଜୟ। ବାପା ହସ୍ପିଟାଲରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିଲେ, ସେତେବେଳେ ଥରେ ବି ସେ ଦେଖିବାକୁ ଆସିନଥିଲେ। ତାଙ୍କ ରଣନୀତି କଣ ଥିବ ସେଥିପାଇଁ ନବୀନ ଏମିତି କହିଥାଇପାରନ୍ତି। ନୂଆପଡ଼ାବାସୀ ସବୁ କଥା ଭଲ ଭାବେ ବୁଝିଛନ୍ତି ବୋଲି କହିଛନ୍ତି ଜୟ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ