Before Header

୨୩ ସୁଦ୍ଧା ଫେରିଯିବ ମୌସୁମୀ

0 18

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ) : ଅକ୍ଟୋବର ୨୩ ସୁନ୍ଧା ଓଡ଼ିଶାରୁ ଫେରିଯିବ  ଦକ୍ଷିଣ ପଶ୍ଚିମ ମୌସୁମୀ। ମୌସୁମୀ ସମ୍ପୂର୍ଣ୍ଣ ଓଡ଼ିଶାରୁ ଫେରିଯିବ ବୋଲି ପାଗ ଅନୁକୂଳ ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ ଆସନ୍ତା ୫ ଦିନ ପାଇଁ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଗୁରୁବାର ମଧ୍ୟାହ୍ନ ସୁଦ୍ଧା ଉପକୂଳ ଓଡ଼ିଶାର କେତେକ ସ୍ଥାନ ଓ ଅଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାପରେ ବର୍ଷା ପରିମାଣ କମିବ।

ଶୁକ୍ରବାର ପୂର୍ବାହ୍ନ ସୁଦ୍ଧା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଜଗତ୍‌ସିଂହପୁର, ପୁରୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ।

Leave A Reply

Your email address will not be published.