Masthead

ମୁଖ୍ୟମନ୍ତ୍ରୀ କେଉଁଠିକୁ ଯିବା ପରିସ୍ଥିତିରେ ନାହାନ୍ତି: ଜୟଦେବ ଜେନା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିକୁ ଟାର୍ଗେଟ କଲେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅଡିଓ ପ୍ରମାଣିତ କରୁଛି ଯେ ମୁଖ୍ୟମନ୍ତ୍ରୀ ଆଉ କେଉଁଠିକୁ ଯିବା ପରିସ୍ଥିତିରେ ନାହାନ୍ତି । ତେଣୁ ତାଙ୍କ ତରଫରୁ ୫-ଟି ସଚିବ ବୁଲି ବୁଲି ପ୍ରଚାର କରୁଛନ୍ତି । ସେ ହେଉଛନ୍ତି ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କର ତତ୍ୱାବଧାରକ ଏବଂ ସେ ହିଁ ସବୁ ଦାୟିତ୍ୱ ନେବେ । ଆହୁରି ମଧ୍ୟ ସେ କହିଛନ୍ତି ୫-ଟି ସଚିବ ବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଯେମିତି ବିଭିନ୍ନ ସ୍ଥାନରେ ଘୋଷଣା କରୁଛନ୍ତି ଆଉ ତାଙ୍କ ଘୋଷଣାକୁ ପ୍ରମାଣିତ କରିବା ପାଇଁ ଗୋଟେ ଅଡିଓ ରେକଡିଂକୁ ସାମ୍ନାକୁ ଅଣା ଯାଉଛି ।

ଏଭଳି ବ୍ୟବସ୍ଥା ମୁଁ ୫୦ ବର୍ଷର ରାଜନୀତି ଭିତରେ କେବେ ଦେଖିନଥିଲି । ମୁଖ୍ୟମନ୍ତ୍ରୀ ଯେକୌଣସି ବି ସଚିବଙ୍କୁ ପଠାଇ ପାରିବେ । ଜଣେ ନିର୍ଦ୍ଦିଷ୍ଟ ସଚିବଙ୍କୁ ସବୁ ଜାଗାକୁ ପଠେଇକି ଘୋଷଣା କରିବା ତାଙ୍କୁ ସମ୍ବର୍ଦ୍ଧିତ କରିବା ଓ ଫୁଲ ଉପରେ ଚାଲିବା, ପୁଷ୍ପ ବର୍ଷା କରାଯିବା, ମନ୍ତ୍ରୀ ବିଧାୟକମାନେ ତଳେ ବସିବା ଏପରି ବ୍ୟବସ୍ଥା କେଉଁ ରାଜ୍ୟରେ ବି ନାହିଁ । ବିଜୁ ଜନତା ଦଳରେ ଗୋଟେ ଅଚଳ ଅବସ୍ଥା ଦେଖା ଦେଇଛି । ମନ୍ତ୍ରୀ କି ମୁଖ୍ୟ ଶାସନ ସଚିବଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କର ଆଉ ଭରସା ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା