Masthead

ମୁଖ୍ୟମନ୍ତ୍ରୀ କେଉଁଠିକୁ ଯିବା ପରିସ୍ଥିତିରେ ନାହାନ୍ତି: ଜୟଦେବ ଜେନା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିକୁ ଟାର୍ଗେଟ କଲେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅଡିଓ ପ୍ରମାଣିତ କରୁଛି ଯେ ମୁଖ୍ୟମନ୍ତ୍ରୀ ଆଉ କେଉଁଠିକୁ ଯିବା ପରିସ୍ଥିତିରେ ନାହାନ୍ତି । ତେଣୁ ତାଙ୍କ ତରଫରୁ ୫-ଟି ସଚିବ ବୁଲି ବୁଲି ପ୍ରଚାର କରୁଛନ୍ତି । ସେ ହେଉଛନ୍ତି ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କର ତତ୍ୱାବଧାରକ ଏବଂ ସେ ହିଁ ସବୁ ଦାୟିତ୍ୱ ନେବେ । ଆହୁରି ମଧ୍ୟ ସେ କହିଛନ୍ତି ୫-ଟି ସଚିବ ବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଯେମିତି ବିଭିନ୍ନ ସ୍ଥାନରେ ଘୋଷଣା କରୁଛନ୍ତି ଆଉ ତାଙ୍କ ଘୋଷଣାକୁ ପ୍ରମାଣିତ କରିବା ପାଇଁ ଗୋଟେ ଅଡିଓ ରେକଡିଂକୁ ସାମ୍ନାକୁ ଅଣା ଯାଉଛି ।

ଏଭଳି ବ୍ୟବସ୍ଥା ମୁଁ ୫୦ ବର୍ଷର ରାଜନୀତି ଭିତରେ କେବେ ଦେଖିନଥିଲି । ମୁଖ୍ୟମନ୍ତ୍ରୀ ଯେକୌଣସି ବି ସଚିବଙ୍କୁ ପଠାଇ ପାରିବେ । ଜଣେ ନିର୍ଦ୍ଦିଷ୍ଟ ସଚିବଙ୍କୁ ସବୁ ଜାଗାକୁ ପଠେଇକି ଘୋଷଣା କରିବା ତାଙ୍କୁ ସମ୍ବର୍ଦ୍ଧିତ କରିବା ଓ ଫୁଲ ଉପରେ ଚାଲିବା, ପୁଷ୍ପ ବର୍ଷା କରାଯିବା, ମନ୍ତ୍ରୀ ବିଧାୟକମାନେ ତଳେ ବସିବା ଏପରି ବ୍ୟବସ୍ଥା କେଉଁ ରାଜ୍ୟରେ ବି ନାହିଁ । ବିଜୁ ଜନତା ଦଳରେ ଗୋଟେ ଅଚଳ ଅବସ୍ଥା ଦେଖା ଦେଇଛି । ମନ୍ତ୍ରୀ କି ମୁଖ୍ୟ ଶାସନ ସଚିବଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କର ଆଉ ଭରସା ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ