Masthead

ଟଙ୍କିକିଆ ଚାଉଳ ଏବେ ବି ଦିଅନ୍ତୁ, ଅମର କୌଣସି ଆପତ୍ତି ନାହିଁ : ଜୟନାରାୟଣ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାନସଭା ବାହାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା । କହିଲେ ୫-ଟି କହିଲାମାନେ ଶାସକ ଦଳ କେଉଁ ଦିଗକୁ ନେଇଯାଉଛନ୍ତି ମୁଁ ଜାଣି ପାରୁନି । ୫-ଟିର ସବୁ ଜାଗାରେ ଆବଶ୍ୟକତା କ’ଣ? ଜଣେ କହିଲେ ୫-ଟି ଗୋଟେ ବିଚାରଧାରା ଏବଂ ଚିନ୍ତାଧାରା । ତା’ପରେ ଏବେ କହିଲେଣି ସିଏମଓ । ୫-ଟି ସିଏମଓ କେମିତି ହେଲା ? ଗୋଟେ ବିଚାରଧାରା ସିଏମଓ କେମିତି ହେବ ? ମୁଖ୍ୟମନ୍ତ୍ରୀଙ୍କ ଯଦି ସେ ଜଣେ ସଚିବ, ତେବେ ସେ ସିଏମଓର ଜଣେ କର୍ମଚାରୀ ହୋଇପାରନ୍ତି । ସିଏମଓ କେମିତି ହେବେ ?

ମାନ୍ୟବର ସଦସ୍ୟ କହିଲେ ସେ କ୍ରୀତଦାସ । ନବରଙ୍ଗପୁରରେ ଦ୍ୱାରପାଳ ହୋଇଥିଲେ । ଜଣେ ବିଧାୟକ ବିଧାୟକର ସମ୍ମାନ ରକ୍ଷା କରିବାର ଆବଶ୍ୟକତା ରହିଛି । ତାଙ୍କ ବାପା ଜଣେ ସ୍ୱାଭିମାନର ପ୍ରତୀକ ଥିଲେ । ସେ ଯେଉଁଭଳି ଭାବରେ କ୍ରୀତଦାସ କହିଲେ? ସେ ଲୋକଙ୍କ ପ୍ରତିନିଧି । ଲୋକଙ୍କ କଥା ଆମେ ଉଠାଇବୁ । କ୍ରୀତଦାସ କେମିତି ହେବୁ ? କ୍ରୀତଦାସ ପ୍ରଥା ଭାରତ ବର୍ଷରୁ କେବେଠାରୁ ଉଠି ଗଲାଣି । ବିଶ୍ୱରୁ ଉଠିଗଲାଣି । ଗୋତି ପ୍ରଥା, କ୍ରୀତଦାସ ପ୍ରଥା କେବେଠୁ ଉଠି ଗଲାଣି । ସେ କେମିତି କ୍ରୀତଦାସ କଥା ଉଠାଇଲେ?

ଏ ପ୍ରସଙ୍ଗ ଉଠାଇବାକୁ ଚାହୁଁଥିଲି । ଯାହା ଅଧା ରହିଯାଇଛି । ସେମାନେ ଜାଣିଥିଲେ ଏହି ପ୍ରସଙ୍ଗ ଉଠିବ । ତେଣୁ ଚାଉଳ କଥା ଉଠାଇଲେ । ସେଥିପାଇଁ ବାଧା ଦିଆଗଲା । ସେମାନେ ଚାଉଳ ଦେଉଥିଲେ । ତାଙ୍କୁ କିଏ ଚାଉଳ ଦେବାକୁ ମନାକଲା । ବନ୍ୟା, ବାତ୍ୟା ସବୁବେଳେ ଦିଆଯିବ ସେମିତି ମାନେ ନାହିଁ । କୋଭିଡଜନିତ ରିଲିଫ ଥିଲା, ତାହା କମେଇକି ଦିଆଯାଉଛି । ଓଡିଶା ସରକାର ଯେଉଁ ଶ୍ରେୟ ନେବାକୁ ଚାହୁଁଥିଲେ, ଟଙ୍କିକିଆ ଚାଉଳ ଦେଉଥିଲେ ଏବେବି ଦିଅନ୍ତୁ । ଅମର କୌଣସି ଆପତ୍ତି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ