Masthead

ଆଜିବି ବର୍ଷିଲେ ଜୟନାରାୟଣ

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନବଦାସ ହତ୍ୟାକାଣ୍ଡ ଘଟଣା ପ୍ରସଙ୍ଗରେ ଗୃହ ଅଚଳ ହେବା ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା । କହିଲେ ମୁଖ୍ୟମନ୍ତ୍ରୀ କ’ଣ ଜାଣୁଛନ୍ତି । ମୁଖ୍ୟମନ୍ତ୍ରୀ ବହୁତ ଡ୍ରାମା ବାଜ୍ । ସରଳ ଚେହେରା ଆଉ ଡ୍ରାମା ଦେଖାଇ ଓଡ଼ିଶାବାସୀଙ୍କୁ ଭୁଲାଉଛନ୍ତି । କିନ୍ତୁ ପ୍ରକୃତରେ ସବୁ କଥାରେ ସମ୍ମତି ନହେଲେ କୌଣସି କାମ ହୁଏ ନାହିଁ । ଏବଂ ଯେତେ ଯାହା ହେଉଛି, ତାଙ୍କ ସମ୍ମତିରେ ହିଁ ହେଉଛି । ଅନେକ କଥା ବାହାରୁଛି, ଆଗକୁ ଆହୁରି ଅନେକ କଥା ବାହାରିବ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଜୟ ନାରାୟଣ ମିଶ୍ର । କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଗୃହକୁ ଆସିବା ପାଇଁ ସମୟ ହେଉନାହିଁ । ସେ ଘରେ ରହି ଭିସି ଜରିଆରେ ଗୃହରେ ଭାଗ ନେବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ରାଜନୀତି କରିବା ପାଇଁ ତାଙ୍କ ପାଖରେ ପ୍ରଚୁର ସମୟ ଅଛି । ରାଜନୀତି କରିବାକୁ ବିଭିନ୍ନ ଅଞ୍ଚଳ ଗସ୍ତ କରୁଛନ୍ତି । ଏହା ବହୁତ ନିନ୍ଦନୀୟ କଥା । ଗୃହର ନେତା ହୋଇ ଯଦି ମୁଖ୍ୟମନ୍ତ୍ରୀ ଗୃହକୁ ସମ୍ମାନ ଦେଉନାହାନ୍ତି । ତାହେଲେ ଆଉ କିଏ ଗୃହକୁ ସମ୍ମାନ ଦେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ