Masthead

ଜବାବ ଦେଲେ ଜୟନାରାୟଣ, ନବଙ୍କ ହତ୍ୟା ପାରିବାରିକ ଘଟଣା ନୁହେଁ

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ଦୀପାଲିଙ୍କ ପ୍ରେସମିଟକୁ ନେଇ ମୁହଁ ଖୋଲିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ନବ ଦାସ ହତ୍ୟାକାଣ୍ଡ ଦଳୀୟ କଥା ନୁହେଁ କି ପାରିବାରିକ ବ୍ୟାପାର ନୁହେଁ । ହତ୍ୟାର ରହସ୍ୟ ଜାଣିବାର ଅଧିକାର ଓଡିଶାବାସୀଙ୍କ ରହିଛ । ଏହା ନବ ଦାସଙ୍କ ପାରିବାରିକ ଘଟଣା ନୁହେଁ କି ବିଜେଡିର ମଧ୍ୟ ମ୍ୟାଟର ନୁହେଁ । ସେ ତାଙ୍କର ପିତା ନଥିଲେ ଓଡିଶାର ଜଣେ ମନ୍ତ୍ରୀ ଥିଲେ । ରାଜ୍ୟ ସରକାରଙ୍କ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି । ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି । କୋଟି କୋଟି ଓଡ଼ିଶାବାସୀ ଜାଣିବା ପାଇଁ ଚାହିଁବେ ହତ୍ୟାର ରହସ୍ୟ କଣ ? ରାଜନୈତିକ ନା ବ୍ୟବସାୟିକ ସ୍ୱାର୍ଥ ? କଣ ପାଇଁ ହତ୍ୟା କରାଯାଇଛି । ଏହା ଜାଣିବାର ଅଧିକାର ଓଡିଶାବାସୀଙ୍କ ରହିଛି ।

ସେପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି କ୍ରାଇମବ୍ରାଞ୍ଚର ପାଷ୍ଟ ରେକର୍ଡ ଭଲ ନାହିଁ । ନବ ଦାସ ହାତ୍ୟକାଣ୍ଡରେ ଗୋପାଳ ଦାସ ପାଖରେ କ୍ରାଇମବ୍ରାଞ୍ଚ ତଦନ୍ତ ଘୁରି ବୁଲୁଛି । ଦ୍ଵିତୀୟ ବ୍ୟକ୍ତି କାହାକୁ ତଦନ୍ତ ପରିସରକୁ ନେଉ ନାହିଁ । ତେଣୁ ବିଜେପିର ସନ୍ଦେହ ହେବା ସ୍ୱାଭାବିକ । ଆମେ ରାଜନୀତି କରୁନାହୁଁ । ପ୍ରକୃତ ହତ୍ୟାକାରୀ ଜାଣିବା ପାଇଁ ଓଡିଶାବାସୀ ଡିମାଣ୍ଡ କରୁଛନ୍ତି । ତ ରାଜନୀତି ହେଲା କେମିତି ? ଯଦି ପ୍ରକୃତ ହତ୍ୟାକାରୀକୁ ବାହାର କରିବାକୁ ଚାହିଁବେ ନାହିଁ ତେବେ ଆମର କିଛି କହିବାର ନାହିଁ । ନବ ଦାସ ସାଧାରଣ ଲୋକ ନଥିଲେ, ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଥିଲେ । ଆମର ଅଧିକାର ଅଛି ଏକଥା ଅଧିକାର ଅଛି ସତ୍ୟାସତ୍ୟ ବାହାର କରିବାକୁ । ସିବିଆଇ ତଦନ୍ତ ଆମର ଦାବି, ଆମେ କୌଣସି ରାଜନୀତି କରୁନାହୁଁ ।

ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ନେଇ ବିଧାନସଭା ହୁଲସ୍ତୁଲ । ବିଧାନସଭା ବାହାରେ ପ୍ରେସମିଟ କରିଛନ୍ତି ଦୀପାଲି ଦାସ । ସେ କହିଛନ୍ତି ବାପାଙ୍କ ମୃତ୍ୟୁକୁ ନେଇ ରାଜନୀତି କରନ୍ତୁ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଶା ଓ ଭରସା ଅଛି, ଆମକୁ ନ୍ୟାୟ ନିଶ୍ଚିତ ମିଳିବ । କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଭରସା ରହିଛି । ଏପରିକି ଭଲ ଜଜଙ୍କ ତତ୍ତ୍ୱାବଧାନରେ ତଦନ୍ତ ଚାଲିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି