ଆମେରିକାକୁ କଡା ଚେତାବନୀ ଦେଲା ତାଲିବାନ

କାବୁଲ(ବଡ଼ ଖବର ବ୍ୟୁରୋ):   ଆମେରିକା ସରକାରକୁ କଡା ଚେତାବନୀ ଦେଇଛି ତାଲିବାନ । କହିଛି ତାଲିବାନ ଶାସନରେ ମୁଣ୍ଡ ପୁରାଅ ନାହିଁ । ତେବେ ଆମେରିକା ସହ ସାମ୍ନାସାମ୍ନି କଥା ହେବା ପରେ ଆମେରିକାକୁ ଏଭଳି କଡା ଚେତାବନୀ ଦେଇଥିବା ଜଣାପଡିଛି । ଆଫଗାନିସ୍ତାନକୁ ଜବରଦଖଲ କରି ଶାସନ ଗଢିଥିବା ତାଲିବାନ ଏବେ ଆମେରିକା ପଛରେ ପଡିଯାଇଛି । ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ଫେରିବା ପରେ ପ୍ରଥମ ଥର ପାଇଁ ସାମ୍ନସାମ୍ନି କଥା ହେବା ପରେ ଏଭଳି ସତର୍କ କରାଇ ଦେଇଛି ତାଲିବାନ ।

ଏ ନେଇ ଆଫଗାନିସ୍ତାନ ବୈଦଶିକ ମନ୍ତ୍ରୀ ଦାବି କରିଛନ୍ତି । ଆମେରିକା ସୈନ୍ୟର ଆକ୍ରମଣ ପରେ ଆଫଗାନିସ୍ତାନରୁ ତାଲିବାନକୁ ବିତାଡିତ କରାଯାଇଥିଲା । ଏବେ ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନକୁ ପୁଣି ଥରେ ଜବରଦଖଲ କରି ଶାସନକୁ ଫେରିଛି ତାଲିବାନ। ଏଏଫପି ରିପୋର୍ଟ ମୁତାବକ, ଆମେରିକାର ବୈଦଶିକ ବିଭାଗର ଡେପୁଟି ସ୍ପେସାଲ ରିପ୍ରେଜେଣ୍ଟଟେଟିଭ ଟମ୍ ୱେଷ୍ଟ ଏବଂ ଶୀର୍ଷସ୍ତରୀୟ ୟୁଏସଏଡ୍ ମାନବୀୟ ଅଧିକାରୀ ସାରା ଚାଲର୍ସଙ୍କ ନେତୃତ୍ୱାଧୀନ ୟୁଏସ୍ ଟିମ ସହ ଆଲେଚନାର ପ୍ରଥମ ଦୁଇ ଦିନ ପରେ ମୁତ୍ତାକି ଏଭଳି ମନ୍ତବ୍ୟ ଦେଇଛନ୍ତି ।

ସେ ଆହୁରି କହିଛନ୍ତି, ଆମେରିକା ଆଫଗାନିସ୍ତାନବାସୀଙ୍କୁ କୋଭିଡ ୧୯ ଟିକା ଦେବାରେ ସାହାଯ୍ୟ କରିବ । ଟିକାକରଣରେ ସହାୟତା କରିବା ସହ ମାନବୀୟ ସହଯୋଗ ଯୋଗାଇ ଦେବେ ବୋଲି ଆମେରିକାରୁ ଆସିଥିବା ପ୍ରତିନିଧୀ ଦଳ ପ୍ରତିଶୃତି ଦେଇଛନ୍ତି । କିନ୍ତୁ ଆମେରିକା ପକ୍ଷରୁ କୋଣସି ମନ୍ତବ୍ୟ ମିଳି ପାରିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ