Masthead

ଆମେରିକାକୁ କଡା ଚେତାବନୀ ଦେଲା ତାଲିବାନ

କାବୁଲ(ବଡ଼ ଖବର ବ୍ୟୁରୋ):   ଆମେରିକା ସରକାରକୁ କଡା ଚେତାବନୀ ଦେଇଛି ତାଲିବାନ । କହିଛି ତାଲିବାନ ଶାସନରେ ମୁଣ୍ଡ ପୁରାଅ ନାହିଁ । ତେବେ ଆମେରିକା ସହ ସାମ୍ନାସାମ୍ନି କଥା ହେବା ପରେ ଆମେରିକାକୁ ଏଭଳି କଡା ଚେତାବନୀ ଦେଇଥିବା ଜଣାପଡିଛି । ଆଫଗାନିସ୍ତାନକୁ ଜବରଦଖଲ କରି ଶାସନ ଗଢିଥିବା ତାଲିବାନ ଏବେ ଆମେରିକା ପଛରେ ପଡିଯାଇଛି । ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ଫେରିବା ପରେ ପ୍ରଥମ ଥର ପାଇଁ ସାମ୍ନସାମ୍ନି କଥା ହେବା ପରେ ଏଭଳି ସତର୍କ କରାଇ ଦେଇଛି ତାଲିବାନ ।

ଏ ନେଇ ଆଫଗାନିସ୍ତାନ ବୈଦଶିକ ମନ୍ତ୍ରୀ ଦାବି କରିଛନ୍ତି । ଆମେରିକା ସୈନ୍ୟର ଆକ୍ରମଣ ପରେ ଆଫଗାନିସ୍ତାନରୁ ତାଲିବାନକୁ ବିତାଡିତ କରାଯାଇଥିଲା । ଏବେ ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନକୁ ପୁଣି ଥରେ ଜବରଦଖଲ କରି ଶାସନକୁ ଫେରିଛି ତାଲିବାନ। ଏଏଫପି ରିପୋର୍ଟ ମୁତାବକ, ଆମେରିକାର ବୈଦଶିକ ବିଭାଗର ଡେପୁଟି ସ୍ପେସାଲ ରିପ୍ରେଜେଣ୍ଟଟେଟିଭ ଟମ୍ ୱେଷ୍ଟ ଏବଂ ଶୀର୍ଷସ୍ତରୀୟ ୟୁଏସଏଡ୍ ମାନବୀୟ ଅଧିକାରୀ ସାରା ଚାଲର୍ସଙ୍କ ନେତୃତ୍ୱାଧୀନ ୟୁଏସ୍ ଟିମ ସହ ଆଲେଚନାର ପ୍ରଥମ ଦୁଇ ଦିନ ପରେ ମୁତ୍ତାକି ଏଭଳି ମନ୍ତବ୍ୟ ଦେଇଛନ୍ତି ।

ସେ ଆହୁରି କହିଛନ୍ତି, ଆମେରିକା ଆଫଗାନିସ୍ତାନବାସୀଙ୍କୁ କୋଭିଡ ୧୯ ଟିକା ଦେବାରେ ସାହାଯ୍ୟ କରିବ । ଟିକାକରଣରେ ସହାୟତା କରିବା ସହ ମାନବୀୟ ସହଯୋଗ ଯୋଗାଇ ଦେବେ ବୋଲି ଆମେରିକାରୁ ଆସିଥିବା ପ୍ରତିନିଧୀ ଦଳ ପ୍ରତିଶୃତି ଦେଇଛନ୍ତି । କିନ୍ତୁ ଆମେରିକା ପକ୍ଷରୁ କୋଣସି ମନ୍ତବ୍ୟ ମିଳି ପାରିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା