Masthead

ଓଡ଼ିଶା ପୋଲିସ ଉପରେ ଭରସା ନାହିଁ: ଜୟନାରାୟଣ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ସମ୍ବଲପୁରରେ ପୋଲିସ-ବିଜେପି ମୁଥ ମରାମରି ଘଟଣା । ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । କର୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ଧକ୍କା ମାରିବା ଘଟଣାରେ ଗିରଫ ହେବେକି ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାଣ ମିଶ୍ର ? ଯାହାକି ଏବେ ଚର୍ଚ୍ଚା ଜୋର ଧରିଛି । ମହିଳା ପୋଲିସ ଅଧିକାରୀ ଟାଉନ ଥାନାରେ ଏତଲା ଦେବା ପରେ ଗିରଫ ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି ।

ହନୁମାନ ଜୟନ୍ତୀରେ ସର୍ବସାଧାରଣରେ ଖଣ୍ଡା ବୁଲାଇବା ଘଟଣା ହେଉ କି ବିଜେପୁର ବନାବିରା ଗୁଳିକାଣ୍ଡରେ ଜେଲ ଯିବା ହେଉ ଏବଂ ଓଡିଶା ପୋଲିସ ଉପରେ ଆଉ ଭରସା ନାହିଁ କହି ନିଜ ପିଏସଓ ଫେରାଇ ଦେବା ଘଟଣା ହେଉ ,ସବୁବେଳେ ଚର୍ଚ୍ଚା ରେ ରହିଆସୁଛନ୍ତି ସମ୍ବଲପୁର ବିଧାୟକ । ଗତକାଲି ଆନ୍ଦୋଳନ ସମୟରେ ଜଣେ ମହିଳା ପୋଲିସ ଅଧିକାରୀ ଙ୍କୁ ସର୍ବସାଧାରଣ ରେ ଧକ୍କା ମାରି ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି ଜୟନାରାୟଣ । ଜୟନାରାୟଣ କହିଛନ୍ତି ମହିଳା ପୋଲିସ ଅଧିକାରୀ ତାଙ୍କୁ ଜାଣିଶୁଣି ମୁଥ ମାରିଛନ୍ତି । ପୋଲିସ ନିଜେ ସୁପାରୀ ନେଇ ନବ ଦାସଙ୍କୁ ମାରିଛି ।

ସେପଟେ ମହିଳା ପୋଲିସ ଅଧିକାରୀଙ୍କ ଅଭିଯୋଗ ଓ ବିରୋଧୀ ଦଳ ନେତା ଙ୍କ ପାଲଟା ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ଟାଉନ ଥାନା ପୋଲିସ । ସିସିଟିଭି ଫୁଟେଜ ସହ ପୋଲିସ ଉଠାଇଥିବା ଭିଡ଼ିଓର ଟିକନିକ ଯାଞ୍ଚ କରାଯାଉଛି। କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ମଧ୍ୟ ପତ୍ର ଲେଖିଛି ସମ୍ବଲପୁର ପୋଲିସ ଅଫିସର ସଂଘ। ଏସପି କହିଛନ୍ତି ଉଭୟଙ୍କ ଏତଲା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।ତେବେ ଏତେ ସଂଖ୍ୟକ ପୋଲିସ ଅଧିକାରୀ ଥାଇ ମଧ୍ୟ କିପରି ଏତେବଡ଼ ଘଟଣା ଘଟିଲା ତାକୁ ନେଇ ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ