Before Header

ବାଘ ମୃତ୍ୟୁକୁ ନେଇ ଚିନ୍ତା

0 24

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମାସକରେ ଦେଶ ହରାଇଛି ୨୪ ବାଘ । ବାଘଙ୍କ ମୃତ୍ୟୁକୁ ନେଇ ବଢିଲା ଚିନ୍ତା । ଏନଟିସିଏର ରିପୋର୍ଟ ଅନୁସାରେ, ୨୦୧୨ ରୁ ୨୦୨୨ ମଧ୍ୟରେ ଦେଶରେ ୧୨୮ଟି ବାଘଙ୍କ ମୃତ୍ୟୁ ହୋଇଛି । ଅଧିକାଂଶ ବାଘଙ୍କ ମୃତ୍ୟୁ ପ୍ରାକୃତିକ କାରଣରୁ ହୋଇଥିବା କୁହାଯାଉଛି ।ଚଳିତ ବର୍ଷ ଜାନୁଆରୀ ମାସରେ ହିଁ ଦେଶରେ ୨୪ଟି ବାଘଙ୍କ ମୃତ୍ୟୁ ହୋଇଛି ।

ଗତ ୩ ବର୍ଷ ମଧ୍ୟରେ ଏହା ଗୋଟିଏ ମାସରେ ସବୁଠୁ ବଡ ମୃତ୍ୟୁ ସଂଖ୍ୟା । ଗତ ବର୍ଷ ଜାନୁଆରୀ ମାସରେ ୧୬ଟି ବାଘଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୨୧ ଜାନୁଆରୀ ପାଖାପାଖି ୨୦ଟି ବାଘଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ଦେଶରେ ୩୦୦୦ରୁ ଅଧିକ ବାଘ ଅଛନ୍ତି । ଚଳିତବର୍ଷ ସର୍ବାଧିକ ବାଘ ମୃତ୍ୟୁ ମଧ୍ୟପ୍ରଦେଶରେ ହୋଇଛି । ଏହାପରେ ବାଘ ମୃତ୍ୟୁରେ ରହିଛି ମହାରାଷ୍ଟ୍ର ।

Leave A Reply

Your email address will not be published.