ହିମାଚଳପ୍ରଦେଶରେ ପୁଣି ଭୂସ୍ଖଳନ

ଜମ୍ମୁ-କଶ୍ମୀର (ବଡ଼ ଖବର ବ୍ୟୁରୋ):  ହିମାଚଳପ୍ରଦେଶରେ ପୁଣି ଭୂସ୍ଖଳନ ।   ସିରମୌର ନୌହରାଧାର ଅଞ୍ଚଳ ଅଧୀନସ୍ଥ ଚୌକର ଗ୍ରାମରେ ବଡ଼ ଧରଣର ଭୂସ୍ଖଳନ ।   ଏକ ପର୍ବତର ବିଶାଳ ଅଂଶ ଭୁଶୁଡ଼ି ଯାଇଛି  ।  ଏହି ଭୂସ୍ଖଳନ ଏବଂ ପାହାଡ଼ ଧସିବା ଯୋଗୁଁ ନିକଟରେ ଅନେକ ଘର ଏବଂ ଲୋକମାନେ ବିପଦରେ ଅଛନ୍ତି ।   କର୍ତ୍ତୃପକ୍ଷ  ସ୍ପଷ୍ଟ କରିଛନ୍ତି ଯେ ଦୁର୍ଘଟଣା ସମୟରେ ସେଠାରେ ୫ ଜଣ ଉପସ୍ଥିତ ଥିଲେ  ।  ସୌଭାଗ୍ୟବଶତଃ ସମସ୍ତେ ସୁରକ୍ଷିତ ଅଛନ୍ତି ।   ଭୂସ୍ଖଳନର ଭିଡିଓ ଏବେ ଭାଇରାଲ୍‌ ହେଉଛି ।

ଏଥିରେ ଦେଖିବାକୁ ମିଳିଛି ଯେ ହଠାତ୍‌ ଭୂମିତଳୁ ପାଣିର ପ୍ରଖର ସ୍ରୋତରେ ଭୂମି ଫାଟିଯିବା ସହ  କିଛି ସେକେଣ୍ଡ ମଧ୍ୟରେ ଗଛ ଏବଂ ସବୁକିଛି ଭାସି ଯାଉଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଅନୁଯାୟୀ ଚଳିତ ମୌସୁମୀ ଋତୁରେ ହିମାଚଳରେ  ୩୫୫ ଲୋକଙ୍କ ମୃତ୍ୟୁ ହୋଇଛି ।  ଏଥି ମଧ୍ୟରୁ ୧୯୪ ଜଣଙ୍କର ଭୂସ୍ଖଳନ, ଅଚାନକ ବନ୍ୟା, ପାଣିରେ ବୁଡ଼ିଯାଇ ଏବଂ ବଜ୍ରାଘାତରେ ମୃତ୍ୟୁ ହୋଇଛି।  ହିମାଚଳରେ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ୩୭୯ ଜଣ ଆହତ ହୋଇଥିବା ବେଳେ ୪୯ ଜଣ ନିଖୋଜ ଅଛନ୍ତି ।   ୧୨୮୦ରୁ ଅଧିକ ଘର ଧ୍ବଂସ ହୋଇଯାଇଛି ।  ରାଜ୍ୟରେ ବର୍ଷା ବିପର୍ଯ୍ୟୟ ପାଇଁ  ପ୍ରାୟ ୩୮୦୦ କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ