Before Header

୨୦ରୁ ହେବ ଜେଇଇ ମେନ୍

0 30

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆସନ୍ତା ଜୁଲାଇ ୨୦ ତାରିଖରୁ ଆରମ୍ଭ ହେବ ଚଳିତ ବର୍ଷର ଜେଇଇ ମେନ୍ । ଜୁଲାଇ ୨୦ରୁ ୨୫ ମଧ୍ୟରେ ସେସନ-୩ର ହେବ ପରୀକ୍ଷା । ସେହିପରି ଜୁଲାଇ ୨୭ରୁ ଅଗଷ୍ଟ ୨ମଧ୍ୟରେ ସେସନ-୪ ପାଇଁ ପରୀକ୍ଷା ହେବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ।

ସେସନ ୩ ପାଇଁ ଜୁଲାଇ ୬ରୁ ୮ ତାରିଖ ମଧ୍ୟରେ ଆପ୍ଲିକେସନ ଫର୍ମ ଦାଖଲ କରିବେ । ୮ ତାରିଖ ସୁଦ୍ଧା ଦେୟ ଦେବେ । ସେହିପରି ସେସନ ୪ ପାଇଁ ଜୁଲାଇ ୯ରୁ ୧୨ ତାରିଖ ମଧ୍ୟରେ ଆପ୍ଲିକେସନ ଫର୍ମ ଦାଖଲ କରିବେ । କରୋନା ପାଇଁ ୩୩୪ ସହରର ୮୨୮କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ । କରୋନା ପାଇଁ ଜେଇଇ ମେନ୍ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

Leave A Reply

Your email address will not be published.